Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ମୁଁ କୌଣସି ମାଦକ ଦ୍ରବ୍ୟ ସେବନ କରେନି : କରନ ଜୋହର

    Share on :
    ajab-Image
    Date: Sep 27, 2020    Views: 2969

    ମୁମ୍ବାଇ : ‘ମୁଁ କେବେ ବି କୌଣସି ମାଦକ ଦ୍ରବ୍ୟ ସେବନ କରେ ନାହିଁ କି ଏହାର ପ୍ରଚାର ପ୍ରସାର କରେ ନାହିଁ ।’ ଶୁକ୍ରବାର ଟ୍ୱିଟରରେ ଏକ ବିବୃତ୍ତି ଜାରି କରି ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏହା କହିଛନ୍ତି । ଡ୍ରଗସ ସହ କୌଣସି ପ୍ରକାର ଜଡ଼ିତ ନାହାନ୍ତି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି । ଗତବର୍ଷ ଜୁଲାଇ ୨୮ ତାରିଖରେ ହୋଇଥିବା କରଣଙ୍କ ଏକ ପାର୍ଟିର ଭିଡିଓ ଗତ କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସେଠାରେ ଡ୍ରଗସ ପାର୍ଟି ହେଉଥିବା ଅଭିଯୋଗ ହୋଇଥିଲା । ଏହାକୁ ଖଣ୍ଡନ କରିଛନ୍ତି କରଣ । ଭିଡିଓରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସମେତ ସାହିଦ କପୁର, ରଣବୀର କପୁର, ବରୁଣ ଧାୱନ, ଅର୍ଜୁନ କପୁର, ମଲାଇକା ଅରୋରା ଓ ଭିକି କୌଶଲ ଆଦି ସେଲିବି୍ରଟିଙ୍କୁ ଦେଖିବାକୁ ମିଳିଥିଲା । ଏଥିସହ ଏହି ପାର୍ଟିରେ ଅନେକ ବଡ଼ ବଡ଼ ସେଲିବି୍ରଟି ଡ୍ରଗସ ସେବନ କରିବାର ଅଭିଯୋଗ ବି ହୋଇଥିଲା । ଏହା ପରେ ସିରୋମଣି ଅକାଳୀ ଦଳର ମୁଖ୍ୟ ମଞ୍ଜୀନ୍ଦର ସିଂହ ସିରସା ଟ୍ୱିଟ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ (ଏନସିବି) କରଈଙ୍କୁ ଡ୍ରଗସ ସମ୍ପୃକ୍ତି ନେଇ ସମନ କରିବା ଉଚିତ । ଅପରପକ୍ଷେ ଏନସିବି ଧର୍ମା ପ୍ର୍ରଡକ୍ସନର କାର୍ଯ୍ୟନିର୍ବାହୀ ପ୍ରଯୋଜକ କ୍ଷୀତିକ ରବି ପ୍ରସାଦ ଓ ଅନୁଭବ ଚୋପ୍ରାଙ୍କୁ ବଲିଉଡରେ ଡ୍ରଗସ କାରବାର ନେଇ ଜେରା କରିଛି । ତେବେ କରଣ ଉଭୟଙ୍କୁ ବ୍ୟକ୍ତିଗତ ଭାବେ ଜାଣନ୍ତି ନାହିଁ ବୋଲି ଏହି ବିବୃତ୍ତିରେ ପ୍ରକାଶ କରିଛନ୍ତି ।

    Maximum 500 characters

    ସିନେମା View all

    Find Us on Facebook