Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ନଭେମ୍ବରରେ ‘କାଳିଆ’ ଦ୍ୱିତୀୟ କିସ୍ତି

    Share on :
    ajab-Image
    Date: Oct 30, 2019    Views: 474

    ଭୁବନେଶ୍ୱର: ‘କାଳିଆ’ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ମାସରେ କାଳିଆ ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ସମସ୍ତ ଯୋଗ୍ୟ ହିତାଧିକାରୀମାନେ ଏ ଅର୍ଥ ପାଇବେ । ଏ ସୂଚନା ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ।
    ଗଣମାଧ୍ୟମକୁ ଶ୍ରୀ ଗର୍ଗ କହିଛନ୍ତି ‘କାଳିଆ’ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇ ଅର୍ଥ ପାଇଥିବା ଅଭିଯୋଗ ପରେ ସରକାର ଏହାର ଯାଞ୍ଚ କରିଛନ୍ତି । ଅଗଷ୍ଟ ମାସରେ ଏହାର ଯାଞ୍ଚ ସରିଛି । ଅଯୋଗ୍ୟଙ୍କୁ ଛାଡ଼ି ସମସ୍ତ ଯୋଗ୍ୟଙ୍କୁ ଏ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ । ଯାଞ୍ଚରେ କେତେ ଅଯୋଗ୍ୟ ଚିହ୍ନଟ ହେଲେ ବୋଲି ପ୍ରଶ୍ନକୁ କିନ୍ତୁ କୃଷି ସଚିବ ଏଡ଼ାଇ ଯାଇଥିଲେ । ଲୋକସେବା ଭବନରେ ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଆଜି ଏକ ସମୀକ୍ଷା ବୈଠକ ନେଇଥିଲେ । ବୈଠକରେ ଦ୍ୱିତୀୟ କିସ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ।
    ତେବେ ମିଳିଥିବା ସୂଚନା ଅନୁସାରେ ‘କାଳିଆ’ ତାଲିକାରେ ପ୍ରଥମ ଦଫାରେ ୪୨ ହଜାର ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଏଥିରୁ ୨୦ ହଜାର ପେନସନ୍ଧାରୀ ଥିଲା ବେଳେ ୧୨ ହଜାର ହେଉଛନ୍ତି ବଡ଼ ଚାଷୀ । ସେହିଭଳି ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତି କାଳିଆ କିସ୍ତି ନେଇଛନ୍ତି  । ସେମାନଙ୍କ ସଂଖ୍ୟା ପ୍ରାୟ ୧୨ ହଜାର ହେବ । ଆସନ୍ତା କିସ୍ତି ପ୍ରଦାନ ବେଳେ ଏତିକି ବାଦ୍ ପଡ଼ିବା ନିଶ୍ଚିତ । ଏହାଛଡ଼ା ଯେଉଁ ହିତାଧିକାରୀ ଦୁଇ ଥର କିସ୍ତି ପାଇଛନ୍ତି ସେମାନଙ୍କୁ ମଧ୍ୟ ଆଉ ଦ୍ୱିତୀୟ କିସ୍ତି ମିଳିବନି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook