Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ ଓ ବିଜେପିର ‘କାଳିଆ’ ଟାର୍ଗେଟ

    Share on :
    ajab-Image
    Date: Oct 30, 2019    Views: 397

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ ଘୋଷଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । 
    ଏହି ପରିପ୍ରେକ୍ଷୀରେ କଂଗ୍ରେସ  ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ,  କାଳିଆ  ଯୋଜନା ଓ କାଳିଆ ଟଙ୍କା ବିଜେଡିର ଏକ ନିର୍ବାଚନୀ ପ୍ରତିଶ୍ରୁତି ।  ନିର୍ବାଚନବେଳେ  ରାଜ୍ୟ ସରକାର କହିଥିଲେ ଯେ, ସରକାର ଗଢିବାର ପ୍ରଥମ ଦିନରେ ହିଁ କାଳିଆ ଟଙ୍କା ମିଳିବ । ତେବେ କେତେ ଜଣ ଚାଷୀଙ୍କୁ ସରକାର ଟଙ୍କା ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ ।  ଭୋଟ ପାଇଁ  ‘କାଳିଆ’  ମିଛ ବାହାନା ଥିଲା ବୋଲି ଜୟଦେବ ଜେନା କହିଛନ୍ତି ।
    ସେହିପରି ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ  କାଳିଆ ନେଇ ସମାଲୋଚନା କରିଛି ।  ବିଜେପି ନେତା  ତଥା ଦଳର ଉପସଭାପତି ସମୀର ମହାନ୍ତି  କହିଛନ୍ତି ଯେ,  ରାଜ୍ୟ ସରକାର ୭୫ ଲକ୍ଷ ଚାଷୀଙ୍କୁ କାଳିଆରେ ସାମିଲ କରିଥିଲେ ।  ୫୧ ଲକ୍ଷ ଚାଷୀ ଟଙ୍କା ପାଇଲେ, ଆଉ ୨୪ ଲକ୍ଷ କେବେ ପାଇବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର  ପିଏମ କିଷାନ ପାଇଁ ୨୨ ଲକ୍ଷ ଚାଷୀଙ୍କ ନାଁ ଦେଲେ, ବାକି ତାଲିକା କେବେ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।  ଲୋକଙ୍କ ମୋବାଇଲକୁ ମେସେଜ ଆସିଲା, କିନ୍ତୁ ଟଙ୍କା ଆସିଲା ନାହିଁ ।  ସେମାନଙ୍କୁ କାଳିଆ ଟଙ୍କା କେବେ ମିଳିବ  ସରକାର ସ୍ପଷ୍ଟ କରନ୍ତୁ ।   କେତେ ଚାଷୀ ତାଲିକାଭୁକ୍ତ ହୋଇଥିଲେ, କେତେ ସହାୟତା ପାଇଲେ , ଆଉ କେତେ ଚାଷୀ ଟଙ୍କା ପାଇବେ ସେନେଇ ସରକାର ଶ୍ୱେତପତ୍ର ଜରିଆରେ ପ୍ରକାଶ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook