Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୫୦ ହଜାର ଅଯୋଗ୍ୟ ଫେରାଇବେ କାଳିଆ ଟଙ୍କା

    Share on :
    ajab-Image
    Date: Jul 25, 2020    Views: 3552

    ଭୁବନେଶ୍ୱର: ଅଯୋଗ୍ୟ ହିତାଧିକାରୀ ହାତେଇଥିବା ‘କାଳିଆ’ ଯୋଜନା ଟଙ୍କା ଫେରାଇବେ । ଅଯୋଗ୍ୟଙ୍କ ଠାରୁ ଟଙ୍କା ଫେରସ୍ତ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର । କୃଷି ଭବନରେ ଏ ନେଇ ଏକ ବୈଠକ ବସିଥିଲା । ଏହା ପରେ କୃଷି ବିଭାଗ ସଚିବ ସୌରଭ ଗର୍ଗ କହିଛନ୍ତି, ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟାରେ ୯୮% ଯୋଗ୍ୟ ହିତାଧିକାରୀ । କେବଳ ୫୦ ହଜାର ଅଯୋଗ୍ୟ ହିତାଧିକାରୀ ଥିଲେ । ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ପାଇଁ ବିଧାନସଭାରେ ମଧ୍ୟ କୁହାଯାଇଥିଲା । ଇତି ମଧ୍ୟରେ କିଛି ଅଯୋଗ୍ୟ ହିତାଧିକାରୀ ନିଜ ଆଡୁ ଟଙ୍କା ଫେରସ୍ତ କରି ସାରିଲେଣି । ଅନ୍ୟମାନଙ୍କୁ ମଧ୍ୟ ଟଙ୍କା ଫେରାଇବାକୁ କୁହାଯାଇଛି । ଟଙ୍କା ଫେରସ୍ତ କରିବା ପାଇଁ ସେମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆଯାଇଛି । ଉକ୍ତ ଆକାଉଣ୍ଟ ନମ୍ବର ମାଧ୍ୟମରେ ସେମାନେ ଟଙ୍କା ଫେରାଇବେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook