Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଡିସେମ୍ବର ଯାଏ କଳାକାରଙ୍କୁ ଆଗୁଆ ଭତ୍ତା

    Share on :
    ajab-Image
    Date: Oct 10, 2020    Views: 4000

    ଭୁବନେଶ୍ୱର : କରୋନା ଓ ଆର୍ଥିକ ସ୍ଥିତିର ବିଚାର ପୂର୍ବକ କଳାକାରମାନଙ୍କୁ ପୁଣି ଆଗୁଆ କଳାକାର ଭତ୍ତା ପ୍ରଦାନ କରାଯିବ । ଡିସେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ପୂର୍ବରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସେପ୍ଟେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ପ୍ରଦାନ କରାଯାଇଥିଲା । ଏବେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ରାଜ୍ୟରେ ପ୍ରତି ମାସରେ ୩୪୬୫୩ ଜଣ କଳାକାରଙ୍କୁ ମାସିକ ୧୨ ଶହ ଟଙ୍କା ହିସାବରେ ୪ କୋଟି ୧୫ ଲକ୍ଷ ୮୩ ହଜାର ୬ ଶହ ଟଙ୍କା ପ୍ରଦାନ କରାଯାଉଛି । ପୂର୍ବପରି ଏଥର ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook