Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଆଂଚଳିକ

ମୁଖ୍ୟ ଖବର

    ଦେବଗିରି ନାଟ୍ୟ ସମ୍ମାନ ପାଇବେ ପରମେଶ୍ୱର ମୁଣ୍ଡ, ସରୋଜ ବିଶିଙ୍କୁ ଶିଳ୍ପୀ ସମ୍ମାନ

    Share on :
    ajab-Image
    Date: Nov 7, 2019    Views: 12

    କଳାହାଣ୍ଡି : ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ବିଶିଷ୍ଟ  ନାଟ୍ୟକାର, ନିର୍ଦ୍ଦେଶକ ତଥା ଗବେଷକ ପରମେଶ୍ୱର ମୁଣ୍ଡଙ୍କୁ ମର୍ଯ୍ୟାଦାଜନକ ଦେବଗିରି ନାଟ୍ୟ ସମ୍ମାନ ପ୍ରଦାନ କରାଯିବ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ୧୦ରୁ ୧୩ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ଉତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ । ଏହି ଅବସରରେ ଚାରିଦିନ ବ୍ୟାପି କୁମାରସ୍ୱାମୀଙ୍କ ପୂଜାର୍ଚ୍ଚନା ସହ ରାଜ୍ୟର ବିଭିନ୍ନ ଅଂଚଳର ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ।

    ଭବାନୀପାଟଣା ନିବାସୀ ପରମେଶ୍ୱର ମୁଣ୍ଡ ନାଟ୍ୟ ଜଗତରେ ଏକ ସୁପରିଚିତ ବ୍ୟକ୍ତିତ୍ୱ । ତାଙ୍କର ଅନେକ ନାଟକ ଦେଶର ବିଭିନ୍ନ ମଂଚରେ ପ୍ରଦର୍ଶିତ ହେବା ସହ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରିତ ହୋଇ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି । ଆଦିବାସୀଙ୍କ କଳା, ସଂସ୍କୃତି, ଭାଷା, ସଂଗୀତ, ଗୀତ ଓ ନୃତ୍ୟ ଉପରେ କୋଡ଼ିଏ ବର୍ଷରୁ ଉର୍ଦ୍ଧ୍ଵ ସମୟଧରି ଗବେଷଣା କରିଆସୁଥିବାରୁ ତାଙ୍କର ନାଟକମାନଙ୍କରେ ତାହାର ପ୍ରତିଫଳନ ଦେଖିବାକୁ ମିଳେ । ତାଙ୍କ ରଚିତ ଓ ନିର୍ଦ୍ଦେଶିତ ଅନେକ ମଂଚନାଟକ ମଧ୍ୟରୁ ‘ମାଏଟ୍ ମା’, ‘ଖମନ୍ ରାନୀ’, ‘ଈଶ୍ୱରଙ୍କ ମୃତ୍ୟୁ ସଂପର୍କରେ’, ‘ମିଗନିନା’, ‘ମେଘର୍ ଦେଶେ ପାଏନ୍’, ‘ମରୁଭୂମି’ ଆଦି ଉଲ୍ଲେଖଯୋଗ୍ୟ । ଶ୍ରୀ ମୁଣ୍ଡଙ୍କ ବେତାର ନାଟକମାନଙ୍କ ମଧ୍ୟରେ ରହିଛି ‘ପାଣି’, ‘ଛକ’, ‘ହୃଦୟ’, ‘ପାପ’, ‘ମାଟି ମା’, ‘ମେଳି’, ‘ମେରା’, ‘ଶ୍ରାବଣୀ’, ‘ମରୁଭୂମି’, ‘ଅବ୍ୟକ୍ତ’ ଇତ୍ୟାଦି । ତାଙ୍କର ଅନେକ ନାଟକ ଓ ବୃତ୍ତଚିତ୍ର ଦୂରଦର୍ଶନରେ ପ୍ରସାରିତ ହୋଇ ବେଶ୍ ଲୋକପ୍ରିୟତା ହାସଲ କରିଛି । ନାଟକ ପାଇଁ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସ୍କଲାରସିପ୍ ଓ ଜୁନିଅର୍ ଫେଲୋସିପ୍, ଜାତୀୟ ଦୂରଦର୍ଶନ ପୁରସ୍କାର, ଆକାଶବାଣୀ ବାର୍ଷିକ ପୁରସ୍କାର, ପ୍ରସାର ଭାରତୀର ବାଣୀ ଭାରତୀ ସମ୍ମାନ, ଗ୍ଲୋବାଲ୍ ଥିଏଟର୍ ପକ୍ଷରୁ ନାଟ୍ୟଭୂଷଣ ସମ୍ମାନ ସମେତ ଅନେକ ପୁରାସ୍କାର ଓ ସମ୍ମାନ ପାଇସାରିଛନ୍ତି । ଭାଷା, ସାହିତ୍ୟ ଓ ସମାଲୋଚନା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ତାଙ୍କ ପ୍ରକାଶିତ ୯ଗୋଟି ପୁସ୍ତକ ମଧ୍ୟରୁ ‘ସନ୍ଧି ବିଚ୍ଛେଦ’ (କବିତା), ‘କଳାହାଣ୍ଡିର ଲୋକ କାହାଣୀ : ଏକ ଅଧ୍ୟୟନ’, ‘କଳାହାଣ୍ଡି ଲୋକ ଅନୁଷ୍ଠାନ’, ‘କଳାହାଣ୍ଡିର ଲୋକନୃତ୍ୟ’, ‘ଲୋକନୃତ୍ୟ ଘୁମୁରା’, ‘କଳାହାଣ୍ଡିର ଲୋକସାହିତ୍ୟ’, ‘କଳାହାଣ୍ଡିର ଦେବାଦେବୀ’ ଆଦି ଉଲ୍ଲେଖନୀୟ । ଭବାନୀପାଟଣା ସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଶ୍ରୀ ମୁଣ୍ଡ ସଂପ୍ରତି ଆଦିବାସୀ ସଂସ୍କୃତି ଓ ପଶ୍ଚିମ ଓଡ଼ିଶାର ଲୋକଗୀତ ଉପରେ ଗବେଷଣା କରିବା ସହ କଳାହାଣ୍ଡିର ଶବ୍ଦକୋଷ ଓ କୋଶଲୀ ଭାଷାକୋଷ ପ୍ରସ୍ତୁତିରେ କାର୍ଯ୍ୟରତ ।

    ସେହିପରି ଯୁବ ଚିତ୍ରଶିଳ୍ପୀ ସରୋଜ ବିଶିଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ ପ୍ରଦାନ କରାଯିବ । ଶ୍ରୀ ବିଶି ଚିତ୍ରକଳା, ମୂର୍ତ୍ତିକଳା ଓ ମଂଚ ନିର୍ମାଣରେ ସମଗ୍ର ରାଜ୍ୟରେ ଏକ ପରିଚିତ ନାମ । ରାୟଗଡ଼ାର ‘ଚଇତି’, କୋରାପୁଟର ‘ପରବ୍’, ବଲାଙ୍ଗିରର ‘ଲୋକ ମହୋତ୍ସବ’, କଳାହାଣ୍ଡି ଉତ୍ସବ ‘ଘୁମୁରା’ର ‘ପାରବା ମଂଚ’, ବୁଢ଼ାଡଙ୍ଗର ମହୋତ୍ସବ, କୁମାରସ୍ୱାମୀ ମହୋତ୍ସବ ଆଦି ଅନେକ ମଂଚ ନିର୍ମାଣରେ ସେ ନିଜର କଳାନୈପୂଣ୍ୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

    ଏଥିସହ ସଫଳ ଚାଷୀ ଭଗବାନ ଶିଖାଙ୍କୁ ଦେବଗିରି କୃଷି ସମ୍ମାନ ଓ ସେବାନିବୃତ୍ତ ସୈନିକ ସମିଉଲ୍ଲା ଖାଁଙ୍କୁ ଦେବଗିରି ଦେଶସେବା ସମ୍ମାନ ପ୍ରଦାନ କରାଯିବ । ପୂର୍ବରୁ ଦେବଗିରି ସମାଜସେବା ସମ୍ମାନ ଘୋଷିତ ହୋଇଥିବା ବେଳେ ଆଗକୁ ସାହିତ୍ୟ, କଳା ଓ ସାମ୍ବାଦିକତା ସମ୍ମାନ ଘୋଷଣା କରାଯିବ । ଏହି ଅବସରରେ କଳାହାଣ୍ଡିର ପ୍ରଥମ ମହିଳା ପର୍ବତାରୋହୀ ସୁଶ୍ରୀ ଇପ୍ସାମୟୀ ଦୁବେ ଓ ପ୍ରଥମ ଅଧ୍ୟାପିକା ପର୍ବତାରୋହୀ ସୁଶ୍ରୀ ଲିପ୍ସାମୟୀ ଦୁବେଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

    Maximum 500 characters

    ଆଂଚଳିକ View all

    Find Us on Facebook