Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଖେଳ ଖବର

ମୁଖ୍ୟ ଖବର

    ରାହୁଲଙ୍କ ବ୍ୟାଟ ନିଲାମ, କେତେ ଟଙ୍କାରେ ଜାଣନ୍ତୁ

    Share on :
    ajab-Image
    Date: Apr 26, 2020    Views: 3839

    ମୁମ୍ବାଇ: ଭାରତୀୟ କି୍ରକେଟର କେଏଲ ରାହୁଲ ୨୦୧୯ ବିଶ୍ୱକପରେ ଯେଉଁ ବ୍ୟାଟ ବ୍ୟବହାର କରିଥିଲେ ତାହା ଶନିବାର ୨ ଲକ୍ଷ ୬୪ ହଜାର ୨୨୮ ଟଙ୍କାରେ ନିଲାମ ହୋଇଛି । ଏହି ଅର୍ଥ କରୋନା ଭୂତାଣୁ ସଂକ୍ରମଣ ପାଇଁ ଉପôନ୍ନ ପରିସ୍ଥିତିରେ ଅସୁବିଧାରେ ପଡ଼ିଥିବା ପିଲାମାନଙ୍କ ପାଇଁ ଖର୍ଚ୍ଚ ହେବ ।
    ରାହୁଲଙ୍କ ବ୍ୟାଟ ବ୍ୟତୀତ ହେଲମେଟ ୧ ଲକ୍ଷ ୨୨ ହଜାର ୬୭୭, ପ୍ୟାଡ ୩୩ ହଜାର ୨୮, ଦିନିକିଆ ଜର୍ସି ୧ ଲକ୍ଷ ୪ ହଜାର ୮୪୨, ଟେଷ୍ଟ ଜର୍ସି ୧ ଲକ୍ଷ ୩୨ ହଜାର ୭୭୪ ଓ ଗ୍ଲୋଭସ ୨୮,୭୮୨ ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି । ଏହି ଅର୍ଥ ଆୱାର ଫାଉଣ୍ଡେସନକୁ ପ୍ରଦାନ କରାଯିବ । ଏହି ଫାଉଣ୍ଡେସନ ଅବହେଳିତ ପିଲାଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ କରିବ । 
    ସୂଚନା ଥାଉ କି ରାହୁଲ କିଛି ଦିନ ତାଳେ ୨୮ ବର୍ଷରେ ପାଦ ଦେଇଥିବା ବେଳେ ଅବହେଳିତ ପିଲାଙ୍କ ନିମନ୍ତେ ଆର୍ଥିକ ସହାୟତା ପାଇଁ ନିଜର କ୍ରୀଡ଼ା ସରଞ୍ଜାମ ନିଲାମ କରିବେ ବୋଲି ସୂଚନା ଦେଇଥିଲେ । ରାହୁଲଙ୍କ କ୍ରୀଡ଼ା ସରଞ୍ଜାମ ନିଲାମ ଭାରତ ଆର୍ମି ତରଫରୁ କରାଯାଇଥିଲା । ଏହି ନିଲାମରେ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ୟୁଏଇର କି୍ରକେଟପ୍ରେମୀ ଭାଗ  ନେଇଥିଲେ । ରାହୁଲଙ୍କ କ୍ରୀଡ଼ା ସରଞ୍ଜାମ ନିଲାମରୁ ବେଶ କିଛି ଅର୍ଥ ସଂଗୃହୀତ ହୋଇଥିବାରୁ ଭାରତ ଆର୍ମିର ପ୍ରତିଷ୍ଠାତା ରାକେଶ ପଟେଲ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହ ସେ ରାହୁଲଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook