Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨୪ରେ ଶପଥ ନେବେ ପରବର୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା

    Share on :
    ajab-Image
    Date: Apr 7, 2021    Views: 3471

    ନୂଆଦିଲ୍ଲୀ: ସୁପି୍ରମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଏନଭି ରମଣା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ରମଣାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି । ଏ ନେଇ ସରକାରଙ୍କ ବିଜ୍ଞପ୍ତି ଜାରି ହୋଇଛି । ଜଷ୍ଟିସ ଏନଭି ରମଣା ଆସନ୍ତା ୨୪ରେ ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଏହାର ପୂର୍ବତନ ସିଜେଆର ଏସଏ ବୋବଡେ ଅବସର ନେବେ । ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପତି ବୋବଡେ ତାଙ୍କ ଉତ୍ତରାଧୀକାରୀ ଭାବେ ଜଷ୍ଟିସ ଏନଭି ରମଣାଙ୍କ ନାମ ସୁପାରିସ କରିଥିଲେ । ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ୧୯୫୭, ଅଗଷ୍ଟ ୨୭ରେ ଜନ୍ମ ହୋଇଥିବା ରମଣା ବର୍ଷେ ୪ ମାସ ପାଇଁ ଦେଶର ପ୍ରଧାନ ବିଚାରପତି ରହିବେ । ଆନ୍ଧ୍ରପ୍ରଦେଶରୁ ସେ ଦ୍ୱିତୀୟ ପ୍ରଧାନ ବିଚାରପତି ହେବେ । ଜଷ୍ଟିସ ରମଣା ୨୦୦୦ ମସିହା ଜୁନ ୨୭ ତାରିଖରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ ହୋଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook