Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଆଜି ଠାରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

    Share on :
    ajab-Image
    Date: Feb 7, 2020    Views: 2555

    ଯୋରନ୍ଦା: ଆଜିଠାରୁ ଆରମ୍ଭ ହେଉଛି ସପ୍ତାହବ୍ୟାପୀ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ଏଥିପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାଗାଦି । ମନ୍ଦିର ମାନଙ୍କରେ ଜଗତର କଲ୍ୟାଣ ନିମନ୍ତେ ମହିମା ଗୋସାଇଁଙ୍କ ଉଦେ୍ଧଶ୍ୟରେ ସାଧୁସନ୍ଥ ମାନେ ଘୃତାହୁତି ଲାଗି ପ୍ରସ୍ତୁତ ହେଲେଣି ।
     ଏବର୍ଷ କିପରି ଭାବେ ଏହି ବିଶ୍ୱପ୍ରସିଦ୍ଧ ମେଳା ଶାନ୍ତିଶୃଙ୍ଖଳା ସହ ସରିବ ସେଥିଲାଗି ମହିମା ସାଧୁ ଓ ଜିଲ୍ଳା ପ୍ରଶାସନର ମିଳିତ ସହଯୋଗରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆଜି ଶେଷ ହୋଇଛି । ଏହି ମେଳାରେ କେବଳ ଓଡ଼ିଶା ନୁହଁ ପଡେ଼ାଶୀ ଛତିଶଗଡ଼, ଆସାମ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ପ୍ରଭୃତି ବିଭିନ୍ନ ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ମହିମାଧର୍ମାବଲମ୍ବୀ ସାଧୁସନ୍ଥ ତଥା ଭକ୍ତ ଯୋଗଦେବେ । ଚଳିତ ବର୍ଷ ୧୦ ଲକ୍ଷରୁ ଊର୍ଦ୍ଧରୁ ସାଧୁ ଭକ୍ତ ମାନଙ୍କର ସମାଗମ ହେବାର ଅନୁମାନ କରାଯାଉଛି ।
     ମେଳାରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜଣେ ଏଏସ୍ପି, ୪ଜଣ ଡିଏସ୍ପି, ଏସ୍.ଆଇ ଓ ଏଏସ୍ଆଇ ୪୯ ଜଣ, ହାବିଲଦାର୍ ୧୦ ଜଣ, ଟ୍ରାଫିକ ପୁଲିସ ୬ଜଣ, ହୋମ୍ ଗାଡର଼୍ ୧୩୨ ଓ ୮ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ମୁତୟନ ହେବେ ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି ।

    ତପନ କୁମାର ସୂତାର 

    Maximum 500 characters

    ସଂସ୍କୃତି View all

    Find Us on Facebook