Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଦୀପକ-ପିଙ୍କିଙ୍କ ଝଟ୍କା

    Share on :
    ajab-Image
    Date: Nov 25, 2019    Views: 251

    ନୂଆ ଓଡ଼ିଆ ଚିତ୍ର ‘ଜୋର୍କା ଝଟ୍କା’ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶିବାନୀ ନିବେଦିତ ଅଶୋକ ବେହେରା ଓ ଶିବାନୀ ବେହେରା ପ୍ରୟୋଜିତ ଏ ଚିତ୍ରର ଚିତ୍ରନାଟ୍ୟ ଓ ନିଦେ୍ର୍ଧଶନାରେ ଅଛନ୍ତି ପିନୁ ନାୟକ । ଡା.ନିର୍ମଳ ନାୟକଙ୍କ ଗୀତ ସଂଳାପ ଓ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ଏ ଚିତ୍ରକୁ ସମୃଦ୍ଧ କରିଛି । ବିଭିନ୍ନ ଭୂମିକାରେ ଦୀପକ, ପିଙ୍କି, ହରି, ପ୍ରଜ୍ଞା, ମିହିର ଦାସ, ନନ୍ଦିନୀ ଦାସ, ପ୍ରଦୁ୍ୟମ୍ନ ଲେଙ୍କା, ତୃପ୍ତି ସିହ୍ନା, ପ୍ରତିଭା ପଣ୍ଡା, ଶ୍ରୀତମ ଦାସ, ଗୁଡୁ, ଶଙ୍କର ପ୍ରଧାନ, କମଲ, ସୌମ୍ୟ, କି୍ରଷ୍ଣା, ନେହା, ସୋନାଲି, ଅନୀଲ, ଟୁଲୁ, ଶୁଭଶ୍ରୀ ପ୍ରମୁଖ ଅଭିନୟ କରିଛନ୍ତି । ହାସ୍ୟରସ ଓ ଆବେଗ ଉପରେ ଆଧାରିତ ହୋଇଛି ଏ ଚିତ୍ରର କାହାଣୀ । ନାୟକ ଦୀପକ- ନାୟିକା ପିଙ୍କି ପୂର୍ବରୁ ଏକାଠି ‘ସପନର ନାୟିକା’ ରେ ଆସି ସାରିଥିବା ବେଳେ ଏବେ ପୁଣି ଥରେ ଏହି ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ଝଟକା ଦେବେ ବୋଲି କୁହାଯାଉଛି । ନାୟିକା ପିଙ୍କି କହିଛନ୍ତି ଏ ଚିତ୍ରରେ ମତେ ମିଳିଥିବା ଚରିତ୍ର ବେଶ ଚ୍ୟାଲେଞ୍ଜିଂ । ତାକୁ ସଫଳ କରିବା ନିମନ୍ତେ ଉଦ୍ୟମ କରିଛି । ନୂଆ ଟିମ ଓ ନିଦେ୍ର୍ଧଶକଙ୍କ ସହ କାମ କରିବାରେ ବେଶ୍ ଖୁସି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

    Maximum 500 characters

    କଳା View all

    Find Us on Facebook