Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୧୪ରେ ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂହ

    Share on :
    ajab-Image
    Date: Jan 10, 2020    Views: 5051

    ଭୁବନେଶ୍ୱର : ଓଡ଼ିଶାରେ ସାଂଗଠନିକ ସ୍ଥିତି ସଜାଡ଼ିବା ପାଇଁ ଅଂଟା ଭିଡ଼ିଛି କଂଗ୍ରେସ । ଏଥିପାଇଁ ଆସନ୍ତା ୧୪ ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଆସୁଛନ୍ତି । ବିଭିନ୍ନ ଜିଲ୍ଲା ଗସ୍ତ କରି ସେଠାରେ ଥିବା ଜିଲ୍ଲା ସ୍ତରୀୟ ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିବେ । ରାଜ୍ୟରେ କଂଗ୍ରେସର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବ । ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ପ୍ରଭାରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ୧୪ ତାରିଖରେ ଶ୍ରୀ ସିଂହ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ରାଉରକେଲା ଜିଲ୍ଲା ଗସ୍ତ କରିବେ । ୧୫ ତାରିଖରେ ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ୧୬ ତାରିଖରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବା ସହ ୧୭ ତାରିଖରେ ଭୁବନେଶ୍ୱର, କଟକ ସହର ଓ ଖୋର୍ଦ୍ଧା ଗସ୍ତ କରି ସେଠାକାର ନେତୃତ୍ୱମାନଙ୍କ ସହ ଆଲୋଚନା କରି ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବାକୁ ପରାମର୍ଶ ଦେବେ ।

    Maximum 500 characters

    ରାଜନୀତି View all

    Find Us on Facebook