ମୁଖ୍ୟ ଖବର
ଭାରତର ଡିଜିଟାଲ୍କରଣ ପଥକୁ ତ୍ୱରାନ୍ୱିତ କରିବା ପାଇଁ ଜିଓ ଓ ଗୁଗୁଲ୍ ମିଳିତ ଭାବେ ପ୍ରବେଶ ସ୍ତରର ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ବିକଶିତ କରିବେ
ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍), ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍) ଓ ଗୁଗୁଲ୍ ଏଲ୍ଏଲ୍ସି (ଗୁଗୁଲ୍) ପକ୍ଷରୁ ଏକ ନିର୍ଦିଷ୍ଟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଆଜି ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଜିଓ ପ୍ଲାଟଫର୍ମସ୍ରେ ଗୁଗୁଲ୍ ପକ୍ଷରୁ ୩୩,୭୩୭ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଜିଓ ପ୍ଲାଟ୍ଫର୍ମସ୍ର ମୋଟ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଗୁଗୁଲ୍ ପକ୍ଷରୁ ଏହି ପୁଞ୍ଜିନିବେଶ କରାଯାଇଛି । ଗୁଗୁଲ୍ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୭.୭୩% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହା ସହିତ, ଜିଓ ପ୍ଲାଟଫର୍ମସ୍ରେ ଆର୍ଥିକ ଓ ଗୁରୁତ୍ୱପୂର୍ଣ୍ଣ ନିବେଶକମାନଙ୍କ ମୋଟ ପୁଞ୍ଜିନିବେଶ ପରିମାଣ ୧,୫୨,୦୫୬ କୋଟି ଟଙ୍କାରେ ପହଂଚିଛି ।
ଭାରତର କୋଣ ଅନୁକୋଣରେ ଡିିଟିଟାଲ୍କରଣ (ଡିଜିଟାଇଜେସନ)ର ଲାଭ ପହଞ୍ଚାଇବା ଲାଗି ଜିଓ ଓ ଗୁଗୁଲ୍ ପକ୍ଷରୁ କରାଯାଉଥିବା ବର୍ତ୍ତମାନର ଉଦ୍ୟମ ଉପରେ ଆଧାର କରି ଏହି ନିବେଶ ବର୍ତମାନ ଦେଶରେ ଥିବା ୫୦୦ ନିୟୁତରୁ ଅଧିକ ଇଟଂରନେଟ୍ ବ୍ୟବହାରକାରୀଙ୍କ ଠାରୁ ଆହୁରି ଆଗକୁ ବୃଦ୍ଧି ପାଇବ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍ ଓ ପ୍ଲେ ଷ୍ଟୋର୍ ଅପ୍ଟିମାଇଜେସନ୍ (ଅନୁକୂଳ) କରିବା ସହିତ ମିଳିତ ଭାବେ ଏଂଟ୍ରି ଲେବଲ୍ ବା ପ୍ରବେଶ ସ୍ତରର ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ବିକଶିତ କରିବା ଲାଗି ଜିଓ ପ୍ଲାଟଫର୍ମସ୍ ଓ ଗୁଗୁଲ୍ ମଧ୍ୟରେ ଏକ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଭାରତର ନିୟୁତାଧିକ ମୋବାଇଲ୍ ବ୍ୟବହାରକାରୀ କିଭଳି ସ୍ମାର୍ଟଫୋନ୍ର ମାଲିକ ହୋଇପାରିବେ ତୃଣମୂଳ ସ୍ତରରୁ ତାହାକୁ ନେଇ ଭାବିବା ଲାଗି ଉଭୟ ସଂସ୍ଥା ଉତ୍ସାହିତ ରହିଛନ୍ତି । ଏହି ଉଦ୍ୟମ ନୂତନ ସୁଯୋଗ ସୃଷ୍ଟି କରିବ, ଯାହା ସକ୍ରିୟ ଆପ୍ଲିକେସନର ପରିବେଶ ବା ଇକୋସିଷ୍ଟମ୍କୁ ସଶକ୍ତ କରିବା ସହ ନୂଆ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ଅଭିନବତା ଓ ନୂତନତ୍ୱ ଉପରେ ଗୁରୁତ୍ୱ ପଅଦାନ କରିବ ।
ଶ୍ରୀଯୁକ୍ତ ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ସହାୟକ ହେଉଥିବା ସୂଚନା ହାସଲ କରିବା ପାଇଁ ନିୟୁତାଧିକ ଭାରତୀୟ ଗ୍ରାହକଙ୍କୁ ଗୁଗୁଲ ସଶକ୍ତ କରିଛି ଏବଂ ସେହିପରି ପରିବର୍ତନ ଓ ନୂତନତ୍ୱ ଆଣିବା କ୍ଷେତ୍ରରେ ଜିଓ ହେଉଛି ଏକ ଶକ୍ତି । ଗୁଗୁଲ୍କୁ ଆମେ ସ୍ୱାଗତ କରୁଛୁ ଏବଂ ଏହି ସହଭାଗିତା ଭାରତକୁ କ’ଣ ସବୁ ପ୍ରଦାନ କରିପାରବ ସେନେଇ
Comments ସମସ୍ତ ମତାମତ