Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ସଂକ୍ଷେପରେ ଜିନା

    Share on :
    ajab-Image
    Date: Nov 1, 2019    Views: 8

    ଓଡ଼ିଆ ଆଲବମ୍, ଟେଲି ଧାରାବାହିକ ଓ ଫିଲ୍ମ ଦୁନିଆରେ ଜିନା ସାମଲ ଜଣେ ପରିଚିତ ଚେହେରା । ଗଲା ଚଉଦ ବର୍ଷ ଧରି ଉଭୟ ଛୋଟ ଓ ବଡ଼ ପରଦାରେ ସେ ସକି୍ରୟ । ସୌନ୍ଦର୍ଯ୍ୟ ଓ ଅଭିନୟ ଦକ୍ଷତା ହିଁ ତାଙ୍କ ପେସାଦାର ଜୀବନର ମୂଳ ପୁଞ୍ଜି । ଏହାର ବଳରେ ସେ ଓଡ଼ିଆ ଦର୍ଶକଙ୍କ ଠାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଜିନା ପ୍ରଥମେ ଛୋଟ ପରଦାରେ ଜଣେ ଆଲବମ ଅଭିନେତ୍ରୀ ଭାବେ ଦେଖିବାକୁ ମିଳିଥିଲେ । ସେଇଠୁ ସିଓା ଲମ୍ପ ମାରିଥିଲେ ବଡ଼ ପରଦାକୁ । ସେ ଅଭିନୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ‘ଫେରିଆ ମୋ ସୁନା ଭଉଣୀ’ । ଏଥିରେ ସୁନ୍ଦର ଅଭିନୟ ପାଇଁ ୨୦୦୬ ବର୍ଷର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ତୋ ପାଇଁ ନେବି ମୁଁ ଶହେ ଜନମ, ‘ଡି୍ରମ ଗାର୍ଲ’ ଆଦି ଜିନାଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ ଅନ୍ୟତମ । ଅପା, ତୁଳସୀ, କେମିତି ଏ ବନ୍ଧନ ରାଜକନ୍ୟା, ଆଉ ଟେଲି ଧାରାବାହିକରେ ସେ ଜଣେ ସଫଳ ଅଭିନେତ୍ରୀ । ତିନିଟି ବଙ୍ଗଳା ଫିଲ୍ମରେ ମଧ୍ୟ ଜିନା ଅଭିନୟ କରିଛନ୍ତି । ଛୋଟ ପରଦାରେ ପ୍ରସାରିତ ବିଭିନ୍ନ ଓଡ଼ିଆ ରିଆଲିଟି ଶୋରେ ତାଙ୍କୁ ଜଣେ ବିଚାରିକା ଭାବେ ଦେଖିବାକୁ ମିଳେ । ତାଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘ରଘୁ ସର୍ଦ୍ଧାର’ ଆଗକୁ ଆସୁଛି । ଜିନାଙ୍କ ଘର ବାଲେଶ୍ୱରରେ । କଳା ଓ ଆଇନରେ ସେ ସ୍ନାତକ ଉତ୍ତୀର୍ଣ୍ଣ ।  ରଚନା ବାନାର୍ଜୀ ତାଙ୍କ ପେସାଦାର ଜୀବନର ଆଦର୍ଶ ଏବଂ ସର୍ବକାଳୀନ ଶ୍ରେଷ୍ଠ ଅଭିନେତ୍ରୀ । ଜିନାଙ୍କ ମତରେ ଆଜିକାଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଗୁଜବ ଠାରୁ ଦର୍ଶକମାନେ ଦୂରେଇ ରୁହନ୍ତୁ । ଅନ୍ଧ ଭାବେ ବିଶ୍ୱାସ ନକରି ଏଗୁଡ଼ିକ ସତ୍ୟାସତ୍ୟ ଖୋଜିବା ଉଚିତ । ଭବିଷ୍ୟତରେ ବଲିଉଡରେ ଅଭିନୟ ସୁଯୋଗ ମିଳିଲେ ଜିନା ହାତଛଡ଼ା କରିବାକୁ ଚାହିଁବେ ନାହିଁ ।

    Maximum 500 characters

    କଳା View all

    Find Us on Facebook