ମୁଖ୍ୟ ଖବର
ଭୁବନେଶ୍ୱର : ଗୋଟିଏ ପଟେ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ଥିବାବେଳେ ଜାମସେଦପୁର ପୂର୍ବ ଆସନରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜଣେ ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ ଠାରୁ ବି ପଛୁଆ ରହିଛନ୍ତି । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଏଯାବତ ୧୪୪୭୯ ଖଣ୍ଡ ଭୋଟ ପାଇଥିବାବେଳେ ରଘୁବର ଦାସଙ୍କୁ ୧୩୭୦୮ ଖଣ୍ଡ ଭୋଟ ମିଳିଛି । ଗତ ନିର୍ବାଚନରେ ରଘୁବର ସେହି ଆସନରୁ ୭୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ ବାଜିମାତ କରିଥିଲେ । ଯାହାକି ବିଜେପି ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି । ଜାମସେଦପୁର ପୂର୍ବ ଆସନରୁ ୨୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ସ୍ୱାଧୀନ ପ୍ରାର୍ଥୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ବିରୋଧରେ ସିଧାସଳଖ ଲଢେ଼ଇ ହେଉଛି । ରଘୁବରଙ୍କୁ ପରାସ୍ତ କରିବା ପାଇଁ ସବୁ ଦଳ ଏକାଠି ହୋଇ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ଏଭଳି ଫଳାଫଳ ଆସୁଛି ।
ସୂଚନାଯୋଗ୍ୟଯେ, ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ବିଜେପି ୨୮ ଆସନରେ ଆଗୁଆ ଥିବାବେଳେ ଜେଏମଏମ ୨୫ ଆସନରେ ଆଗୁଆ ରହିଛି । ଯେତେବେଳେକି ଜେଏମଏମର ମେଂଟ ସହଯୋଗୀ କଂଗ୍ରେସ ୧୨ ଓ ଆରଜେଡ଼ି ୫ ଆସନରେ ଆଗୁଆ ରହିଛନ୍ତି । ତିନି ଦଳ ଏବେ ୪୨ ଆସନରେ ଆଗୁଆ ଥିବାବେଳେ ଏନସିପି ଗୋଟିଏ ଆସନରେ ଆଗୁଆ ରହିଛି । ବହୁମତ ପାଇଁ ୪୧ ଆସନ ଆବଶ୍ୟକ ଥିବାବେଳେ ବିଜେପି କ୍ଷମତାରୁ ହଟିବା ଭଳି ପ୍ରତୀୟମାନ ହେଉଛି ।
Comments ସମସ୍ତ ମତାମତ