ମୁଖ୍ୟ ଖବର
ଭୁବନେଶ୍ୱର: ମଙ୍ଗଳବାରରୁ ପ୍ରଥମ ପର୍ୟ୍ୟାୟ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଯାହା ୨୬ ତାରିଖରେ ସରିବ । ତେବେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଆରମ୍ଭ ହେବାର ଅତି କମରେ ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପଡିବ । ନିଜ ସହିତ ଜେଇଇ ମେନ୍ ଆଡମିଟ୍ କାର୍ଡ ପରୀକ୍ଷା କେନ୍ଦ୍ରକୁ ନେବା ଜରୁରୀ । ସେହିପରି ପ୍ରାର୍ଥୀମାନେ ପରିଚୟ ପ୍ରମାଣ(ଭୋଟର୍ ଆଇ କାର୍ଡ/ଆଧାର କାର୍ଡ/ଡ୍ରାଇଭିଂ ଲାଇସେନ୍ସ/ପାସପୋର୍ଟ) ସମେତ ସେଲ୍ଫ ଡିକ୍ଲାରେସନ୍ ଫର୍ମ ମଧ୍ୟ ନେଇ ଆସିବେ । ଏଥି ମଧ୍ୟରୁ କୌଣସି ଡକ୍ୟୁମେଣ୍ଟ୍ ବାଦ ପଡିଲେ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ ।
ସେହିପରି କରୋନା କଟକଣା କଡ଼ାକଡ଼ି ଭାବେ ମାନିବାକୁ ପଡିବ । କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରାଯିବ । ଭିଡ଼ ନହେବା ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍ରେ ପ୍ରବେଶ କରିବା ପରେ ତୁରନ୍ତ ବସିବାକୁ ପଡିବ ।ପରୀକ୍ଷାର୍ଥୀମାନେ ସେମାନଙ୍କ ସହିତ ୫୦ ମିଲି ସାନିଟାଇଜର୍ ବୋତଲ ନେବା ଜରୁରୀ । ସଂକ୍ରମଣକୁ ରୋକିବା ପାଇଁ ପ୍ରାର୍ଥୀ ସବୁବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ନିୟମ ନିଶ୍ଚିତ ଭାବେ ପାଳନ କରିବେ ବୋଲି ଏନଟିଏ ନିର୍ଦ୍ଦେଶ ଦେଇଛି ।
Comments ସମସ୍ତ ମତାମତ