Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

BIHAR ELECTION

ମୁଖ୍ୟ ଖବର

    ଟିକେଟ ନପାଇବାରୁ ହଙ୍ଗାମା, ଠେଲାପେଲା

    Share on :
    ajab-Image
    Date: Oct 8, 2020    Views: 2763

    ପାଟନା : ବିହାରର ରାଜନୈତିକ ମାହୋଲ ସରଗରମ ହୋଇଯାଇଛି  । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ବି ଅନ୍ତିମ ପର୍ଯ୍ୟାୟରେ ପହଁଚିସାରିଛି  । ତେବେ ଟିକେଟ ପାଇନଥିବା କେତେକ ନେତା ଜେଡ଼ିୟୂ କାର୍ଯ୍ୟାଳୟରେ ହଙ୍ଗାମା କରିବା ସହ ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିବା ଜାଣିବାକୁ ମିଳିଛି  । 

    ଜେଡ଼ିୟୂ ପକ୍ଷରୁ ୧୧୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି  । ତେବେ ୧୦ ବିଧାୟକଙ୍କୁ ଦଳ ଟିକେଟ ନଦେଇ ନୂଆ ପ୍ରାର୍ଥୀଙ୍କ ଉପରେ ଭରସା କରିଛି  । ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଉଥିବାବେଳେ କେତେକ ନେତା ଓ କାର୍ଯ୍ୟକର୍ତା ହଙ୍ଗାମା କରିଥିଲେ  । ହରିନାରାୟଣ ସିଂହ ଓ ଜିତେନ୍ଦ୍ର କୁମାରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଦଳର କେତେକ ନେତା କ୍ଷୋଭ ପ୍ରକାଶ କରିଥିଲେ  । ସେହିପରି ଟିକେଟ ଦାବିରେ ମମତା ଦେବୀଙ୍କୁ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା  । ଏହି ପରିପ୍ରେକ୍ଷୀରେ ଏକ ଅଭାବନୀୟ ଘଟଣା ବି ଦେଖିବାକୁ ମିଳିଥିଲା  । ଜଣେ ମନ୍ତ୍ରୀଙ୍କ ସହ ଜଣେ ବୟସ୍କ କାର୍ଯ୍ୟକର୍ତାଙ୍କର ବାକବିତଣ୍ଡା ଲାଗିଥିଲା  । ତେବେ କିଛି ସମୟ ଯୁକ୍ତି ତର୍କ ପରେ ମନ୍ତ୍ରୀ ଜଣଙ୍କ ଉକ୍ତ ବୟସ୍କ କାର୍ଯ୍ୟକର୍ତାଙ୍କୁ ଧକ୍କା ମାରି ବିଦା କରିଦେଇଥିଲେ  । ଯାହା ଏବେ ବେଶୀ ଚର୍ଚ୍ଚା ସୃଷ୍ଟି କରିଛି  ।

    Maximum 500 characters

    BIHAR ELECTION View all

    Find Us on Facebook