ମୁଖ୍ୟ ଖବର
ପାଟନା: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) କୁ ଶକ୍ତ ଝଟକା ଲାଗିଛି । ଆରଜେଡିର ୮ ଏମଏଲସି ତଥା ବିଧାନ ପରିଷଦ ସଭ୍ୟଙ୍କ ମଧ୍ୟରୁ ୫ ଜଣ ଦଳ ଛାଡ଼ି ଜେଡିୟୁରେ ଯୋଗ ଦେଇଛନ୍ତି । ଆରଜେଡି ଉପାଧ୍ୟକ୍ଷ ତଥା ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅନ୍ୟପକ୍ଷେ ଦଳ ଛାଡ଼ିଥିବା ୫ ଏମଏଲସି ହେଲେ ସଂଜୟ ପ୍ରସାଦ, ଏମଡି କମର ଆଲମ, ରାଧାଚରଣ ସେଠ୍, ଦିଲ୍ଲୀ ରାୟ ଓ ରଣବିଜୟ ସିଂହ । ଆସନ୍ତା ଜୁଲାଇ ୭ ତାରିଖରେ ବିହାରରେ ବିଧାନ ପରିଷଦ ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ଆରଜେଡିର ୫ ଏଲଏଲସି ଇସ୍ତଫା ଦେବା ଦ୍ୱାରା ଦଳକୁ ଶକ୍ତ ଝଟକା ଲାଗିଛି ।
Comments ସମସ୍ତ ମତାମତ