Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

BIHAR ELECTION

ମୁଖ୍ୟ ଖବର

    ଜେଡ଼ିୟୂରେ ମିଶିଲେ ବିହାର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

    Share on :
    ajab-Image
    Date: Oct 1, 2020    Views: 2639

    ପାଟଣା : ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ପରେ ପରେ ବେଶ ଚର୍ଚ୍ଚାକୁ ଆସିଥିଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ  । ମୁମ୍ବାଇ ପୁଲିସକୁ କଠୋର ସମାଲୋଚନା କରି ଚର୍ଚ୍ଚାରେ ଥିବା ଶ୍ରୀ ପାଣ୍ଡେ ନିକଟରେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ  । ସେବେଠାରୁ ସେ ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଜି ସେହି ଚର୍ଚ୍ଚାର ଅବସାନ ଘଟିଛି  । ବିହାରର ଶାସକ ଦଳ ଜେଡ଼ିୟୂରେ ସାମିଲ ହୋଇଛନ୍ତି ଗୁପ୍ତେଶ୍ୱର ପାଣ୍ଡେ  । ଚଳିତ ବିଧାନସଭା ନିର୍ବାଚନରେ ବି ସେ ପ୍ରାର୍ଥୀ ହେବେବୋଲି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ତେବେ ସେ ବିଜେପିରେ ସାମିଲ ନହୋଇ କାହିଁକି ଜେଡ଼ିୟୂକୁ ବାଛିଲେ ତାହାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋରଦାର ହେଉଛି  । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ଜେଡ଼ିୟୂରେ ସାମିଲ ହେବା ସହ ରାଜନୀତିରେ ପାଦ ଥାପିଛନ୍ତି  । ନିଜ ଜିଲ୍ଲା ବକ୍ସରରୁ ସେ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି  ।

    Maximum 500 characters

    BIHAR ELECTION View all

    Find Us on Facebook