Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମନ୍ତ୍ରୀଙ୍କ ଉତ୍ତର ତଥ୍ୟ ଠାରୁ ଦୂରରେ: ଜୟନାରାୟଣ

    Share on :
    ajab-Image
    Date: Sep 30, 2020    Views: 3933

    ଭୁବନେଶ୍ୱର: କୋଭିଡ ପରିଚାଳନାରେ ବିଫଳତା ନେଇ ବିରୋଧୀଙ୍କ ପକ୍ଷରୁ ଆଗତ ମୁଲତବୀ ଆଲୋଚନାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯେଉଁ ଉତ୍ତର ରଖିଛନ୍ତି ତାହା ତଥ୍ୟ ଠାରୁ ବହୁତ ଦୂରରେ ବୋଲି କଂଗ୍ରେସ ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ।   ଏଥିସହ କେବଳ କୋଭିଡ ନୁହେଁ ସମସ୍ତ  ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସେ ଅଭିଯୋଗ କରିଛନ୍ତି । 

    ଶ୍ରୀ ମିଶ୍ର କହିଛନ୍ତି ଯେ, ସରକାର ଶ୍ରେୟ ନେବାକୁ ଅନେକ କାମ କଲେ ।  ସାମାନ୍ୟ ଲକ୍ଷଣ ଥାଇ ହସ୍ପିଟାଲ ନେଇ ୨/୩ ଦିନ ଭିତରେ ଛାଡ଼ି ଦେଲେ ।  କିଡନୀ ଓ ହାର୍ଟ ରୋଗୀଙ୍କୁ ଭର୍ତ୍ତି କରାଗଲା ।  କେହି ଦେଖିବାକୁ ଗଲେନି ।  ଜ୍ୱର ହେଉଛି, କୋଭିଡ ହୋଇନଥିବା ରିପୋର୍ଟ ଥାଇ ଆଡମିଟ କରାଯାଉନି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ।  

    ଅନ୍ୟପକ୍ଷରେ  କୋଭିଡ ତଥ୍ୟ ଓ ବାସ୍ତବତା ଭିନ୍ନ ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ।  ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ସିଷ୍ଟମ ଫେଲ । ସରକାର କୋମାରେ ଅଛନ୍ତି ।  ଯେଉଁଠି ଟେଷ୍ଟ ହେଉଛି, ସେଠି ୪ ଦିନ ପରେ ରିପୋର୍ଟ ଆସୁଛି ।  ଫଲ୍ସ କ୍ରେଡିଟ ନେବା ପାଇଁ ପ୍ରୟାସ କରାଯାଉଥିବାବେଳେ ଚିକିତ୍ସା ସୁବିଧା ମିଳୁନାହିଁ ବୋଲି ନରସିଂହ ମିଶ୍ର କହିଛନ୍ତି ।  

     ବୁଧବାର  ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀଙ୍କ ମୁଲତବୀ ନୋଟିସ ଆଲୋଚନାରେ ବିବୃତି ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ ନିୟନ୍ତ୍ରଣରେ ରହିଛି ।  ରାଜ୍ୟରେ ମୋଟ ସକ୍ରିୟ କେସ ୩୬ ହଜାରରୁ ଅଧିକ । ୨୯ ହଜାର କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି ।  ୭୩୪୮ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ଯଦି ରାଜ୍ୟ ସରକାର  କୋଭିଡ ପରିଚାଳନାରେ ବିଫଳ ହୋଇଛନ୍ତି ତେବେ କରୋନା ଆକ୍ରାନ୍ତ କିପରି ସୁସ୍ଥ ହେଉଛନ୍ତି  । ଦେଶରେ କୋଭିଡ ମୃତୁ୍ୟହାର ୧.୬% । ମାତ୍ର ଓଡ଼ିଶାରେ ୦.୩୮% । ଲକଡାଉନ ଯୋଗୁଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲା । କିନ୍ତୁ ପ୍ରବାସୀ ଫେରିବା ପରେ ରାଜ୍ୟରେ ଆକ୍ରାନ୍ତ ବଢିତôଲା ।  କୋଭିଡ କିଟ ଦୁର୍ନୀତି ଅଭିଯୋଗ ବିଚାରାଧୀନ ରହିଛି ।  ଯିଏ ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ହେବ  । କରୋନା ରୋଗୀଙ୍କୁ ସମସ୍ତ ସୁବିଧା ଦିଆଯାଉଛି । ଅବ୍ୟବସ୍ଥା ନାହିଁ ।  କୋଭିଡର ସଫଳ ପରିଚାଳନା ନେଇ ଆମକୁ ସମସ୍ତେ ପ୍ରଶଂସା କରୁଛନ୍ତି ବୋଲି ଶ୍ରୀ ଦାସ କହିଥିଲେ । 
    ପ୍ରକାଶ ଯେ,  ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ବିରୋଧଙ୍କ ପକ୍ଷରୁ ମୁଲତବୀ ନୋଟିସ ଅଣାଯାଇଥିଲା । ଏହାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗ୍ରହଣ କରିଥିଲେ ।  ପରେ ଏହାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ବିବୃତି ରଖିଥିଲେ । 

    ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ନେଇ କଂଗ୍ରେସ ସରକାରଙ୍କୁ ଘେରିଥିଲା । ରାଜ୍ୟ ସରକାର କରୋନା ତଥ୍ୟ ଲୁଚାଉଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ।  ପ୍ରଶ୍ନ ପଚାରିଲେ  ସରକାର ତଥ୍ୟ ସଂଗ୍ରହ କରୁଛନ୍ତି ।  ପ୍ରତ୍ୟହ ୧୦  ହଜାର  ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ସରକାର କହୁଛନ୍ତି ୩ରୁ୪ ହଜାର ।  ରାଜ୍ୟ ଜନସଂଖ୍ୟାରୁ ୭୨ ଲକ୍ଷ ଲୋକ ପଜିଟିଭ ବାହାରିବେ ।  ଟିଏମସିରେ କେତେ ଖର୍ଚ୍ଚ ହେଲଶ ଓ କେତେ ଟେଷ୍ଟହେଲା ତାହାର ତଥ୍ୟ ସରକାର ଲୁଚାଉଛନ୍ତି ବୋଲି ଶ୍ରୀ ସାଲୁଜା କହିଥିଲେ । ଏଥିସହ  ପ୍ରତି ବ୍ଲକରେ ଦୈନିକ ୫୦୦, ଜିଲ୍ଲାରେ ୫ ହଜାର କୋଭିଡ ଟେଷ୍ଟ କରାଯିବାକୁ  ସେ ଦାବି କରିଥିଲେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook