Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନଙ୍କ ସହ ଆଲୋଚନା କରିବାକୁ ଆସୁଛନ୍ତି ଶାହା: ଜୟଦେବ ଜେନା

    Share on :
    ajab-Image
    Date: Feb 23, 2020    Views: 7922

    ଭୁବନେଶ୍ୱର:  ସରକାରୀ କାମ ବାହାନାରେ  ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ ଆସୁଛନ୍ତି । ଏକଥା ଆମେ କହୁନାହୁଁ ।  ଆସନ୍ତା ୨୮ ତାରିଖ ଦିନ ଅମିତ ଶାହାଙ୍କ ଭୁବନେଶ୍ୱର ରାଲି ପ୍ରସଙ୍ଗରେ କଟାକ୍ଷ କରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏଭଳି କହିଛନ୍ତି । 

    ସେ କହିଛନ୍ତି ଯେ,  ଶାହାଙ୍କ ପାଇଁ ଦେଶର ବିକାଶ କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ଗୌଣ ।  ଶାହାଙ୍କ ପାଇଁ ଏକମାତ୍ର ଏଜେଣ୍ଡା ସିଏଏ ଓ ଏନଆରସି ।  ପୂର୍ବରୁ ବିଜେପି  ଗୋଟିଏ  ରାଜ୍ୟସଭା ଆସନ ନେଇଥିଲା । ଏବେ ୨ଟିରେ ଆଖି ।  ସରକାରୀ କାମ ବାହାନାରେ  ଅମିତ ଶାହା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ସହ ଆଲୋଚନା କରିବାକୁ ଆସୁଛନ୍ତି ।  ଏବେ ବିଜେପି ଓ ବିଜେଡି ପରସ୍ପରର ବିରୋଧରେ ବନ୍ଦ ବୋଲି ଶ୍ରୀ ଜେନା କହିଛନ୍ତି ।

    ଅନ୍ୟପକ୍ଷରେ ଅମିତ ଶାହା ଭୁବନେଶ୍ୱରରେ ସିଏଏ ସପକ୍ଷ ସଭାକୁ ଆସିବା ନିଷ୍ପତ୍ତି ପ୍ରସଙ୍ଗରେ  ବରିଷ୍ଠ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,  ବିଜେପି ସାରା ଦେଶରେ ସିଏଏ ସପକ୍ଷରେ ଏକପ୍ରକାର କାର୍ଯ୍ୟକ୍ରମ କରୁଛି ।  ଏହା ତାଙ୍କର ଦଳୀୟ କାର୍ଯ୍ୟକ୍ରମ । ଏ ବାବଦରେ ମତ ଦେବା ଠିକ ହେବନି ।  କେନ୍ଦ୍ରରେ ବିଜେପି ସରକାର, ଆମେ ବିରୋଧୀ ।  ରାଜ୍ୟରେ ଆମର ସରକାର ଓ ସେମାନେ ବିରୋଧୀ ବୋଲି ଶ୍ରୀ ମହତାବ କହିଛନ୍ତି ।

    ସେହିପରି  ବିଜେଡି ଓ ବିଜେପି ମଧ୍ୟରେ ମଧୁର ସମ୍ପର୍କ ନେଇ ମତ ଦେଇ ଜଳ ଜଳ ହୋଇ ଦିଶୁଛି କେନ୍ଦ୍ର-ରାଜ୍ୟ ସମ୍ପର୍କ ବୋଲି ସେ କହିଛନ୍ତି । 

    ପ୍ରକାଶ ଯେ, ଆସନ୍ତା ୨୮ ତାରିଖ ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱରରେ ରାଲି କରିବେ । ଜନତା ମଇଦାନରେ ନାଗରିକତା ସଂଶୋଧନ ଆଇନ ବା ସିଏ ସପକ୍ଷରେ ହେବାକୁ ଥିବା ରାଲିରେ ଅମିତ ଶାହା ଯୋଗଦେବେ  ।ଏହି କାର୍ଯ୍ୟକ୍ରମରେ ଲକ୍ଷେ କାର୍ଯ୍ୟକର୍ତ୍ତା  ଯୋଗଦେବେ ।   ବୁଥସ୍ତରର କର୍ମକର୍ତ୍ତାମାନେ ମଧ୍ୟ ଯୋଗଦେବେ  । ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ପରେ ଶାହା ସିଏଏ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ସେହିପରି ୨୯ ତାରିଖ ଦିନ ସେ ଶ୍ରୀ ଜଗନ୍ନାଥ ଓ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook