ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରତିରକ୍ଷା ଦୁର୍ନୀତି ମାମଲାରେ ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷା ଜୟା ଜେଟଲୀଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ତାଙ୍କର ଜଣେ ସହଯୋଗୀ ଏବଂ ଆଉ ଜଣେ ଅବସରପ୍ରାପ୍ତ ମେଜର ଜେନେରାଲଙ୍କୁ ବି ସମାନ ଦଣ୍ଡ ମିଳିଛି । ପ୍ରତ୍ୟେକଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ବି କରାଯାଇଛି । ସେନା ପାଇଁ ହ୍ୟାଣ୍ଡ ହେଲଡ ଥର୍ମାଲ ଇମେଜର କ୍ରମରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା । ୨୦୦୧ ମସିହା ଜାନୁଆରୀ ମାସରେ ତେହଲକା ସଂସ୍ଥା ଦ୍ୱାରା ଏ ନେଇ ଷ୍ଟିଙ୍ଗ ଅପରେସନ କରାଯିବା ପରେ ଏକ ଭିଡିଓ ପ୍ରସାରଣ କରାଯାଇଥିଲା । ଯେଉଁଥିରୁ ଏହି ବ୍ୟକ୍ତିମାନେ ସେଇ ଦୁର୍ନୀତିରେ ସମ୍ପୃକ୍ତ ଥିବାର ଜଣାପଡ଼ିଥିଲା । ସେପଟେ ଆତ୍ମସମର୍ପଣ ପୂର୍ବରୁ ଜୟା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କ ପିଟିସନ ବିଚାର ପାଇଁ ଗ୍ରହଣ କରିବା ସହ ୪ ବର୍ଷର ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି । ଫଳରେ ଜୟାଙ୍କୁ ଆଶ୍ୱସ୍ତି ମିଳିଛି ।
Comments ସମସ୍ତ ମତାମତ