Share on :
0
Date: Sep 16, 2020 Views: 3282
ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଆରମ୍ଭରୁ ବଲିଉଡ଼ର ଡ୍ରଗ୍ସ ଲିଙ୍କ ମାମଲାଟି ଏପରି ଆଲୋଚନା ଚାଲିଛି ଯେ ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସିଛି । ପ୍ରଥମେ ବିଜେପି ସାଂସଦ ରବିକିଶନ ବଲିଉଡ଼ ଡ୍ରଗ୍ସ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ନେବା ପ୍ରସଙ୍ଗ ଉଠାଇବା ପରେ ସମାଜପାର୍ଟି ସାଂସଦ ଜୟା ବଚ୍ଚନ ଏହାକୁ ବିରୋଧି କରି କହିଥିଲେ ଯେଉଁ ପତ୍ରରେ ଖାଉଛ ସେଥିରେ କଣା କରିବା ଉଚିତ୍ ନୁହେଁ । ଯାହାକୁ ସମର୍ଥ କରିଛନ୍ତି ବଲିଉଡର ନାମୀ କଳାକାର ହେମାମାଲିନୀ । ସେ କହିଛନ୍ତି ଯେ ଏହି ବଲିଉଡ଼ ଆମକୁ ନାଁ, ସମ୍ମାନ, ପଇସା ସବୁକିଛି ଦେଇଛି ଏହାକୁ ବାଦ୍ ଦେଲେ ପ୍ରଚୁର ଭଲପାଇବା ମଧ୍ୟ ପାଇପାରିଛୁ । ତେଣୁ ବଲିଉଡ଼କୁ ଏପରି ଟାର୍ଗେଟ କରୁଥିବା ଲୋକଙ୍କ କଦର୍ଯ୍ୟ ଭାଷାକୁ ସେ ଆଦୌ ସହିପାରୁନାହାନ୍ତି । କାରଣ ଏପରି ଲୋକ ବଲିଉଡ଼କୁ କଳାକନା ବୁଲାଇ ସବୁଦିନ ଲାଗି ବନ୍ଦ କରିଦେବାକୁ ଚାହୁଁଛନ୍ତି । ବଲିଉଡ଼ ଏକ ସୁନ୍ଦର ପରିବେଶ, କଳାର ଗନ୍ତାଘର । ତେଣୁ ଏହାକୁ ସମ୍ମାନ ଦିଆଯିବା ଉଚିତ ।
ସେହିପରି ଶିବସେନା ମୁଖ୍ୟ ଜୟାଙ୍କୁ ସମର୍ଥନ କରି କହିଛନ୍ତି ଯେଉଁମାନେ ବଲିଉଡ଼କୁ ସମାଲୋଚନା କରୁଛନ୍ତି ଡ୍ରଗ୍ସ ମାମଲାକୁ ନେଇ ନର୍କ ସହିତ ତୁଳନା କରିବାକୁ ପଛାଉନାହାନ୍ତି ସେମାନେ ପ୍ରଥମେ ନିଜକୁ ଦେଖନ୍ତୁ । କାରଣ ଜୟା ସବୁବେଳେ ସାମଜିକ ଓ ରାଜନୈତିକ ହିତ ଲାଗି ପ୍ରସଙ୍ଗ ଉଠାଇ ଥାଆନ୍ତି । ତେଣୁ ଫିଲ୍ମ ଇଣ୍ଡଷ୍ଟ୍ରି ଗଙ୍ଗା ପରି ପବିତ୍ର । ଯେଉଁମାନେ ଏହାକୁ ବିରୋଧ କରି ନାରାବାଜି ଚଲାଉଛନ୍ତି ସେମାନ ନିଜର ସମ୍ମାନ ହରାଉଛନ୍ତି । ସୂଚନାଯାୟୀ ମଙ୍ଗଳବାର ଲୋକସଭାରେ ସାଂସଦ ଜୟା ଏହି ପ୍ରସଙ୍ଗ ଉଠାଇବା ପରେ କଙ୍ଗନା ଲଗାତାର ଟ୍ୱିଟ କରି ଜୟାଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଜୟା ମାମ ଯଦି ମୋ ସ୍ଥାନରେ ଆପଣଙ୍କ ପୁଅ କି ଝିଅ ଏପରି କାର୍ଯ୍ୟରେ ଫଶି ରହିଥାନ୍ତେ ଆପଣ କ’ଣ ଏପରି ମନ୍ତବ୍ୟ ଦେଇଥାନ୍ତେ ।
Comments ସମସ୍ତ ମତାମତ