Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପଣବନ୍ଦୀରେ ଥିବା ଯବାନଙ୍କୁ ଛାଡ଼ିଦେଲେ ମାଓବାଦୀ

    Share on :
    ajab-Image
    Date: Apr 8, 2021    Views: 3257

    ରାୟପୁର : ମାଓବାଦୀମାନେ ପଣବନ୍ଦୀ କରି ରଖିଥିବା ସିଆରପିଏଫ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ିଦେଇଛନ୍ତି  । ଆଜି ସଂଧ୍ୟା ପ୍ରାୟ ୫ଟା ବେଳେ ତାଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା  । ପରେ ସେଠାରୁ ତାଙ୍କୁ ଟେରେମ କ୍ୟାମ୍ପକୁ ଅଣାଯାଇଥିବା ନେଇ ସିଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି  ।

    ଛତିଶଗଡ଼ରେ ମାଓବାଦୀ ଓ ସିଆରପିଏଫ ଯବାନ ମୁହାଁମୁହିଁ ହୋଇଥିଲେ  । ଫଳରେ ୨୧ ଯବାନ ସହିଦ ମଧ୍ୟ ହୋଇଛନ୍ତି । ତେବେ ମାଓବାଦୀମାନେ ଯବାନ ଶ୍ରୀ ସିଂହଙ୍କୁ ନିଜ ସାଥିରେ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ପରେ ସେମାନେ ପଣବନ୍ଦୀ କରି ରଖିଥିବା ନେଇ ସ୍ୱୀକାର କରିବା ସହ ତାଙ୍କର ଫଟୋଗ୍ରାଫ ବି ଜାରି କରିଥିଲେ  । ଅପରପକ୍ଷରେ ତାଙ୍କ ପରିବାର ଲୋକେ ତାଙ୍କୁ ଛାଡ଼ିଦେବା ପାଇଁ ମାଓବାଦୀଙ୍କୁ ନିବେଦନ କରିବା ସହ ପ୍ରଧାନମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ  । 

    ସେ ମୁକ୍ତ ହେବା ପରେ ତାଙ୍କ ପନôୀ ମୀନୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି  । ଏହା ତାଙ୍କ ଜୀବନର ସବୁଠାରୁ ଆନନ୍ଦମୟ ଦିନ  । ସେ ସବୁଦିନ ଏହାକୁ ମନେରଖିବେ ବୋଲି କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook