Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ‘ନାଗିନ-୪’ ରୁ ବିଦାୟ ନେବେ ଜସମିନ ଭାସିନ

    Share on :
    ajab-Image
    Date: Feb 10, 2020    Views: 3424

    ଜସମିନଙ୍କ ‘ନାଗିନ-୪’ ଯାତ୍ରାରେ ପୂର୍ଣ୍ଣଚ୍ଛେଦ । ନାଗିନ’ର ୪ର୍ଥ ସଂସ୍କରଣରେ ସାମିଲ ହୋଇଥିବା ଜସମିନ ଭାସିନ ଖୁବଶୀଘ୍ର ଶୋ’ରୁ ବିଦାୟ ନେବେ । ‘ନାଗିନ-୪’ରେ ନୟନତାରା ଭୂମିକା ନିର୍ବାହ କରୁଥିବା ଏହି ସୁନ୍ଦରୀ ନିଜର ଶେଷ ଏପିସୋଡର ସୁଟିଂ ବି କରିସାରିଛନ୍ତି । ଧାରାବାହିକରେ ନିଜ ଚରିତ୍ରକୁ ନେଇ ଜସମିନ ଖୁସି ନଥିଲେ । ସେଥିପାଇଁ ଏଥିରୁ ବାହାରୁଛନ୍ତି ବୋଲି ଗୁଜବ ଶୁଣିବାକୁ ମିଳୁଛି । ଜସମିନ କହନ୍ତି ସିରିଏଲକୁ ଆହୁରି ରହସ୍ୟମୟ କରିବା ପାଇଁ ତାଙ୍କ ଚରିତ୍ରର ଏଣ୍ଟି୍ର ହୋଇଥିଲା । ଦର୍ଶକଙ୍କ ଧାରଣା ଥିଲା ଯେ ସେ ଜଣେ ନାଗିନ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିୟା ଶର୍ମା ନାଗିନ ଭାବେ ଉଭା ହେଲେ । ଶୋ’ଟି ପୂରା ଟ୍ୱିଷ୍ଟରେ ଭରିଛି ଏବଂ ନୟନତାରା ଚରିତ୍ର ତନ୍ମଧ୍ୟରୁ ଅନ୍ୟତମ ବୋଲି ସେ କହନ୍ତି । ଧାରାବାହିକରେ ନୟନତାରା ଏକ ରହସ୍ୟ ଏବଂ ଆପଣାଛାଏଁ ନିଜର ପରିଚୟ ପ୍ରଦାନ କରିବେ । ତେବେ ଚରିତ୍ର ପସନ୍ଦ ନ ଆସିବା ସମ୍ପର୍କିତ ଗୁଜବକୁ ନେଇ ସେ କହନ୍ତି, ଏହି ଭୂମିକାକୁ ନେଇ ତାଙ୍କର କୌଣସି ସମସ୍ୟା ନାହିଁ । ତାଙ୍କ ଚରିତ୍ର ଦିନେ ଟ୍ରାକ୍ରୁ ବାହାରିଯିବ ବୋଲି ସେ ଆରମ୍ଭରୁ ଜାଣିଥିଲେ ।

    Maximum 500 characters

    ବିଶେଷ View all

    Find Us on Facebook