Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଜାମସେଦପୁର ଏଫସିର ପ୍ରଥମ ବିଜୟ

    Share on :
    ajab-Image
    Date: Dec 8, 2020    Views: 4535

    ଗୋଆ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ଜାମସେଦପୁର ଏଫସି ପ୍ରଥମ ବିଜୟ ପାଇଛି । ପୂର୍ବରୁ ୩ଟି ମ୍ୟାଚ ଖେଳି ଗୋଟିଏ ପରାଜୟ ଓ ୨ଟି ଅମୀମାଂସିତ ରଖିଥିବା ଜାମସେଦପୁର ସୋମବାର ତିଳକ ମୈଦାନରେ ଖେଳାଯାଇଥିବା ବିଂଶତମ ମ୍ୟାଚରେ ଏହି ଦଳ ୨-୧ ଗୋଲରେ ଏଟିକେ ମୋହନବାଗାନକୁ ହରାଇ ବିଜୟ ଖାତା ଖୋଲିଥିଲା । ମ୍ୟାଚର ୩୦ତମ ମିନିଟରେ ନେରିଜସ ଭାଲାସ୍କିଙ୍କ ଗୋଲ ବଳରେ ଜାମସେଦପୁର ପ୍ରାରମ୍ଭିକ ଅଗ୍ରଣୀ ପାଇ୍‍ଥିଲା । ପ୍ରଥମାର୍ଦ୍ଧ ଏହି ଦଳ ସପକ୍ଷରେ ୧-୦ ରେ ଶେଷ ହୋଇଥିଲା । ୬୬ତମ ମିନିଟରେ ଭାଲାସ୍କିସ ଆଉ ଏକ ଗୋଲ ଦେଇ ଯୁଗଳ ସଫଳତା ପାଇବା ସହ ଦଳକୁ ବିଜୟ ଦିଗରେ ନେଇଥିଲେ । ୮୦ତମ ମିନିଟରେ ଏଟିକେ ମୋହନବାଗାନ କି୍ରଷ୍ଣା ରୟ ଏହା ମଧ୍ୟରୁ ଗୋଟିଏ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ ପରାଜୟ ସତ୍ତ୍ୱେ ଏଟିକେ ମୋହନ ବାଗାନ ୯ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି । ମୁମ୍ବାଇ ସିଟି ସମାନ ୯ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ ବ୍ୟବଧାନରେ ଆଗୁଆ ଥିବାରୁ ଶୀର୍ଷରେ ରହିଛି । ମଙ୍ଗଳବାର ବେଙ୍ଗାଲୁରୁ ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ଏଫସି ମୁହାଁମୁହିଁ ହେବେ ।

    Maximum 500 characters

    ODISHA FC View all

    Find Us on Facebook