ମୁଖ୍ୟ ଖବର
ନୂଆଦିଲ୍ଲୀ: ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ବରଦାସ୍ତ କରୁନାହାନ୍ତି ବାହାଦୂର ସୁରକ୍ଷାକର୍ମୀଙ୍କ । ଗତ କିଛି ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷାବଳ ସର୍ଚ୍ଚଅପରେଶନ ଜାରି ରଖି ଆତଙ୍କବାଦୀଙ୍କୁ ନିପାତ କରୁଥିବାବେଳେ ଶନିବାର ଏହି ସୁରକ୍ଷାବଳକୁ ଆଉ ଏକ ସଫଳତା ମିଳିପାରିଛି । ଦକ୍ଷିଣକଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମିଳିତ ସୁରକ୍ଷାକର୍ମୀ ଜଣେ ଆତଙ୍କୀଙ୍କୁ ନିପାତ କରି ଏକେ-୪୭ ଜବତ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଆତଙ୍କବାଦୀ ଲୁଚିରହିଥିବା ସୂତ୍ରକୁ ଆଧାରକରି ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିବାବେଳେ ଉଭୟ ପକ୍ଷରୁ ବନ୍ଧୁକ ଚାଳନା କରାଯାଇଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
Comments ସମସ୍ତ ମତାମତ