Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜେଲରେ ନୁହେଁ, ମାରାତ୍ମକ ରୋଗରେ ପୀଡ଼ିତ ବନ୍ଦୀମାନେ ରହିବେ ନିଜ ଘରେ : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିଦେ୍ର୍ଧଶ

    Share on :
    ajab-Image
    Date: Jan 12, 2021    Views: 4705

    କୋଲକାତା: ମାରାତ୍ମକ ରୋଗରେ ପୀଡ଼ିତ ବନ୍ଦୀମାନଙ୍କୁ ଗୃହବନ୍ଦୀ ଭାବେ ରଖାଯାଉ । କାରଣ ଦୁରାରୋଗରେ ପୀଡିତ ବନ୍ଦୀଙ୍କୁ ସହାନୁଭୂତିଶୀଳ ଚିକିତ୍ସାର ଆବଶ୍ୟକତା ରହିଛି । ବନ୍ଦୀଗୃହର ଚାରିକାନ୍ଥ ଅପେକ୍ଷା ସେମାନେ ପରିବାର ଏବଂ ପି୍ରୟଜନଙ୍କ ଗହଣରେ ଶାନ୍ତିରେ ଶେଷ ନିଃଶ୍ୱାସ ତ୍ୟାଗ କରିବେ । ଏହା ହିଁ ମାନବିକତାର ପରିଚୟ । ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ଏହିଭଳି ବନ୍ଦୀମାନଙ୍କୁ ନିଜ ଘରକୁ ଯିବା ପାଇଁ ଅନୁମତି ଦିଅନ୍ତୁ ବୋଲି କୋଲକାତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଗତ ଅକ୍ଟୋବର ୯ ତାରିଖରେ ହାଇକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଥୋତ୍ତାଥିଲ ବି ରାଧାକି୍ରଷ୍ଣନ ଏବଂ ବିଚାରପତି ଅରିଜିତ ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ରାଜ୍ୟରେ ଥିବା ଜେଲଗୁଡ଼ିକରେ ମାରାତ୍ମକ ରୋଗରେ ଆକ୍ରାନ୍ତ ବନ୍ଦୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସେମାନଙ୍କ ପ୍ରିୟ ପରିଜନଙ୍କ ନିକଟକୁ ପଠାଇଦିଅ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook