Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଗୁଡ଼ର ଗୁଣ

    Share on :
    ajab-Image
    Date: Nov 29, 2019    Views: 93

    ଆମ ଭାରତୀୟ ବ୍ୟଞ୍ଜନରେ ମିଠା ସ୍ୱାଦ ନିମନ୍ତେ ଗୁଡ଼ର ପ୍ରୟୋଗ ହୋଇଥାଏ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ ଗୁଡ଼ ଖାଉଥିବା ବ୍ୟକ୍ତି ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରିଥାଏ । ପ୍ରାଚୀନ ସମୟରୁ ଭୋଜନ ପରେ ଗୁଡ଼ ଖାଇବାର ପରମ୍ପରା ଭାରତରେ ରହିଆସିଛି । ଆଜି ମଧ୍ୟ ଅନେକ ଲୋକ ଏହି ନିୟମକୁ ଶୀତଋତୁରେ ପ୍ରତ୍ୟହ ଗୁଡ଼ ଖାଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଖାଦ୍ୟ ଭଲ ଭାବେ ହଜମ କରିପାରେ ସହାୟକ ହୋଇଥାଏ ।

    ଗୁଡ଼ ଆମ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ । ଏକ ଚାମଚ ଗୁଡ଼ରେ ୧ ଚାମଚ ଲେମ୍ବୁ ରସ ଓ ଅଧ ଚାମଚ ଟମାଟୋ ରସ ମିଶାଇ ତାହାକୁ ପ୍ୟାକ ଭଳି ତ୍ୱଚାରେ ଲଗାଇବେ । ୨୦ ମିନିଟ ପରେ ତ୍ୱଚାକୁ ନଖ ଉଷୁମ ପାଣିରେ ଧୋଇ ନିଅନ୍ତୁ । ଏହି ପ୍ୟାକ୍ ତ୍ୱଚାରୁ ଦାଗ, ବ୍ରଣ ଦୂର କରିବାରେ ସହାୟକ ହୋଇଥାଏ ।

    କେଶକୁ ମଧ୍ୟ ଗୁଡ଼ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ଯୋଗାଇଥାଏ । ୧ ଚାମଚ ଗୁଡ଼ରେ ପାଣି ମିଶାଇ କିଛି ସମୟ ରଖନ୍ତୁ । ଏହା ଭଲଭାବେ ମିଶିବା ପରେ ସେଥିରେ ୧ ଚାମଚ ମୁଲତାନ ମାଟି, ୧ ଚାମଚ ଦହି ମିଶାଇ ଘୋଳ ପ୍ରସ୍ତୁତ କରିବେ । ସେହି ପ୍ୟାକ୍କୁ କେଶରେ ଲଗାଇ ୧୫ ମିନିଟ୍ ପରେ ଭଲ ଭାବେ ଶାମ୍ପୂ କରିବେ । ଦେଖିବେ କେଶ ମୁଲାୟମ ହେବା ସହ କେଶ ଝଡ଼ା ମଧ୍ୟ ବନ୍ଦ ହୋଇଯିବ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook