Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ଓଡ଼ିଶାରେ ସରକାର ଗଢିବ ବିଜେପି’

    Share on :
    ajab-Image
    Date: Sep 5, 2020    Views: 4860

    ଭୁବନେଶ୍ୱର: ସେ ଦିନ ଆଉ ଦୂର ନୁହେଁ, ଯେବେ ବିଜେପି ଓଡ଼ିଶାରେ ସରକାର ଗଠନ କରିବ ।  ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ  ରାଷ୍ଟ୍ରୀୟ ସଭାପତି  ଜେ.ପି ନଡ୍ଡା ଏହା କହିଛନ୍ତି ।  ଭର୍ଚୁଆଲ ସମାବେଶରେ ଶ୍ରୀ ନଡ୍ଡା କହିଛନ୍ତି ଯେ,  କାର୍ଯ୍ୟକର୍ତ୍ତା ଆତ୍ମଚିନ୍ତନ କରି ଯୋଗ୍ୟତା ବଢାଇବା ଜରୁରୀ ।  କାର୍ଯ୍ୟକର୍ତ୍ତା ନିଜ ପ୍ରଭାବ ଓ ପରିପକ୍ୱତା ବଢାଇବା ଜରୁରୀ ।  ଯୋଗ୍ୟତା, ଉପଯୋଗିତା, ପ୍ରଭାବ ଓ ପରିପକ୍ୱ ଉପରେ ଚିନ୍ତନ ଜରୁରୀ । ଓଡ଼ିଶାରେ କର୍ମକର୍ତ୍ତାମାନେ ଦଳକୁ  ଧୀରେ ଧୀରେ ଆଗକୁ ବଢାଇ ପାରିଛନ୍ତି ।  ଲମ୍ବା ଲଢେଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଛି ।  ସେ ଦିନ ଆଉ ଦୂର ନୁହେଁ, ଯେବେ ଆମେ ରାଜ୍ୟରେ ସରକାର କରିବା ।  ୨୦୧୪ରେ ଆମକୁ ୨୧% ଓ ଲୋକସଭାରେ ୩୮% ଭୋଟ ମିଳିଛି ।  ଏହାକୁ ୫୦% ଉପରକୁ ନେବାକୁ ମନରେ ସଂକଳ୍ପ ନେବାକୁ ପଡ଼ିବ ।  ୫୦%ରୁ ଅଧିକ ଭୋଟ ନେବା ପାଇଁ ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ ବୋଲି ରାଷ୍ଟ୍ରୀୟ ସଭାପତି  ଜେ.ପି ନଡ୍ଡା କହିଛନ୍ତି ।

    ଏହାଛଡ଼ା ନଡ୍ଡା କହିଛନ୍ତି ଯେ,  ସମୟୋପଯୋଗୀ ଲକଡାଉନ ଓ ନିର୍ଣ୍ଣୟ ଯୋଗୁଁ କରୋନାରେ ରୋକ ଲାଗିଛି ।  ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଯୋଗୁଁ ସଂକ୍ରମଣ ହ୍ରାସ କରାଯାଇପାରିଛି ।  ଏବେ ଦେଶରେ ଦୈନିକ ୧୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଛି ।  ଜୀବନ ସହ ଜୀବିକାକୁ ସାଥିରେ ଧରି ଚାଲିବାକୁ ଆହ୍ୱାନ ଦିଆଯାଉଛି ।  କେହି ଭୋକରେ ନରହିବାକୁ ନଭେମ୍ବର ଯାଏ ମାଗଣା ରାସନ ଦିଆଯାଉଛି ।  ୮ କୋଟି ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଉଥିବା କହି ଜେପି ନଡ୍ଡା ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଧାଇ ଜଣାଇଛନ୍ତି ।  ଏହାଛଡ଼ା ପିଏମ କିଷାନ ୨ୟ କିସ୍ତିରେ ୧୮ ହଜାର କୋଟି ଟଙ୍କା ଦିଆଯାଇଥିବା ସେ କହିଛନ୍ତି । 

    ଏହା ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଲେ ଯେ,  କରୋନା ପରିଚାଳନା ତ୍ରୁଟିକୁ ଦର୍ଶାଇଲେ ନାଲି ଆଖି ଦେଖାଯାଉଛି ।  ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦୁର୍ବ୍ୟବହାର କଥା ସମସ୍ତେ ଜାଣିଛନ୍ତି । ଗତକାଲି ଆମ ବାରିପଦା ବିଧାୟକଙ୍କୁ ପୁଲିସ ଥାନାକୁ ଧରି ଆଣିଲା ।  ଥାନାକୁ ନେଇ କୋର୍ଟ ଚାଲାଣ ପରେ ତାଙ୍କୁ ଜାମିନ ମିଳିଥିଲା ।  କୌଣସି ଅନ୍ୟାୟକୁ ବିଜେପି କର୍ମୀ ଆଦୌ ବରଦାସ୍ତ କରିବେନି ।  ରାଜ୍ୟ ସରକାରଙ୍କ ନାଲି ଆଖିକୁ ବିଜେପି କର୍ମୀ ଡରିବେ ନାହିଁ ବୋଲି ସମୀର ମହାନ୍ତି କହିଥିଲେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook