Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଇତିଶ ପ୍ରଧାନଙ୍କ ଇସ୍ତଫା ଅତ୍ୟନ୍ତ ହାସ୍ୟାସ୍ପଦ: କଂଗ୍ରେସ

    Share on :
    ajab-Image
    Date: Jul 3, 2020    Views: 5061

    ଭୁବନେଶ୍ୱର: ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା ଏନଏସୟୁଆଇର ପୂର୍ବତନ ରାଜ୍ୟ ଆବାହକ ଇତିଶ ପ୍ରଧାନଙ୍କ ଦଳରୁ ଇସ୍ତଫା ଦେବା ନେଇ ପ୍ରଦେଶ କଂଗ୍ରେସ ପ୍ରତିକି୍ରୟା ରଖିଛି । ଏ ନେଇ ପିସିସିର ପୂର୍ବତନ ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିବୃତି ଜାରି କରି କହିଛନ୍ତି, ଦଳୀୟ ଶୃଙ୍ଖଳା ଭଙ୍ଗ କରିବାରୁ ଗତବର୍ଷ ସେପ୍ଟେମ୍ବର ୧୪ ତାରିଖରେ ଏନଏସୟୁଆଇର ତକ୍ରାଳୀନ ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ମୋଥା ରୋହିତ ଶ୍ରୀ ପ୍ରଧାନଙ୍କୁ ନିଲମ୍ବିତ କରିଥିଲେ । ସେହିଦିନଠାରୁ କଂଗ୍ରେସ ଦଳ ସହ ତାଙ୍କର କୌଣସି ବିଧିବଦ୍ଧ ସମ୍ପର୍କ ନଥିଲା । ସେହି ବ୍ୟକ୍ତି ଏବେ ପୁଣି ଥରେ ଇସ୍ତଫା ଦେବା କେବଳ ନାଟକ ଓ ହାସ୍ୟାସ୍ପଦ । ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଯେପରି ମନ୍ତବ୍ୟ ରଖିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ । ଏହା ହୀନ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ ଓ ପିଲାଳିଆମି ଛଡ଼ା ଆଉକିଛି ନୁହେଁ ବୋଲି ଶ୍ରୀ ଗୁରୁ କହିଛନ୍ତି ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook