Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇଏସଏଲ ଇତିହାସରେ ପ୍ରଥମ ଥର ବିଜେତା ହୋଇଛି ମୁମ୍ବାଇ ସିଟି

    Share on :
    ajab-Image
    Date: Mar 14, 2021    Views: 4257

    ଫତୋର୍ଦ୍ଧା: ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ନୂଆ ବିଜେତା ଉଭା ହୋଇଛନ୍ତି । ଫାଇନାଲରେ ଏଟିକେ ମୋହନ ବାଗାନକୁ ୨-୧ ଗୋଲରେ ପରାସ୍ତ କରି ମୁମ୍ବାଇ ସିଟି ଏଫସି ଆଇଏସଏଲ ଇତିହାସରେ ପ୍ରଥମ ଥର ବିଜେତା ହୋଇଛି । ଏଥିସହିତ ଲିଗ ଶେଷରେ ବିଜେତା ହୋଇଥିବାରୁ ମୁମ୍ବାଇ ମଧ୍ୟ ବିରଳ ଦ୍ୱିମୁକୁଟ ଅର୍ଜନ କରିଛି । ୧୮ତମ ମିନିଟରେ ୱିଲିୟମସଙ୍କ ଗୋଲ ବଳରେ ଏଟିକେ ମୋହନ ବାଗାନ ପ୍ରଥମେ ଆଗୁଆ ହୋଇଥିଲା । ତେବେ ୨୯ତମ ମିନିଟରେ ଗିରିଙ୍କ ଆତ୍ମଘାତୀ ଗୋଲ ମ୍ୟାଚକୁ ବରାବର ସ୍ତରକୁ ନେଇ ଆସିଥିଲା । କଡା ସଂଘର୍ଷପୂର୍ଣ୍ଣ ଭାବେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚରେ ୮୯ ମିନିଟ ପର୍ଯ୍ୟନ୍ତ ୧-୧ ସ୍ତରରେ ରହିଥିଲା । ୯୦ତମ ମିନିଟରେ ମୁମ୍ବାଇ ସିଟି ଏଫସି ପାଇଁ ନିର୍ଣ୍ଣାୟକ ତଥା ବିଜୟ ସୂଚକ ଗୋଲଟି ଦେଇଥିଲେ ତାରକା ଖେଳାଳତି ବିପିନ ସିଂହ । ବିଜେତା ମୁମ୍ବାଇ ସିଟି ଏଫସି ବିଜେତା ଟ୍ରଫି ସହ ୮ କୋଟି ଟଙ୍କାର ପୁରସ୍କାର ରାଶି ପାଇଛି । ଏଟିକେର ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଗୋଲଡେନ ଗ୍ଲୋଭସ ବିଜେତା ହୋଇଥିଲେ । ଏଫି ଗୋଆର ଆଇଗର ଆଙ୍ଗୁଲୋଙ୍କୁ ଗୋଲଡେନ ବୁଟ ସମ୍ମାନ ମିଳିଥିଲା । ମୁମ୍ବାଇ ସିଟି ଦଳ କିନ୍ତୁ ଏହି ବିଜୟକୁ ପ୍ରଥମାର୍ଦ୍ଧ ପୂର୍ବରୁ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆମି ରାନାୱାଡେଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗ କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook