Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଆଇଏସଏଲ: ଚେନ୍ନାୟିନ-ଓଡ଼ିଶା ମ୍ୟାଚ ଅମୀମାଂସିତ

    Share on :
    ajab-Image
    Date: Jan 11, 2021    Views: 3074

    ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ପ୍ରଥମ ବିଜୟ ପାଇଥିବା ଓଡ଼ିଶା ଏଫସି ରବିବାର ଚେନ୍ନାୟିନ ଏଫସି ସହ ପଏଣ୍ଟ ବାଣ୍ଟିଛି । ଗୋଆର ବୋମ୍ବାଲିମସ୍ଥିତ ଜିଏମସି ଷ୍ଟାଡିୟମରେ ଖେଳାଯାଇଥିବା ୫୩ ତମ ମ୍ୟାଚରେ ଭୁବନେଶ୍ୱରର ଏହି ଦଳ ୦-୦ ଗୋଲରେ ଚେନ୍ନାୟିନ ସହ ମ୍ୟାଚ ଅମୀମାଂସିତ ରଖିଛି । ଫଳରେ ଏହି ୧୧ ଦଳୀୟ ପ୍ରତିଯୋଗିତାର ଶେଷ ସ୍ଥାନରେ ଥିବା ଓଡ଼ିଶା ୧୦ ମ୍ୟାଚ ଖେଳି ୧ ବିଜୟ, ୩ ଅମୀମାଂସିତରୁ ୬ ପଏଣ୍ଟ ପାଇ ଟେବୁଲର ଗୋଟିଏ ସ୍ଥାନ ଉପରକୁ ଉଠି ଦଶମରେ ପହଞ୍ଚିଥିଲା । ହେଲେ ରବିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ବିଜୟୀ ହେବା ପରେ ଓଡ଼ିଶା ପୂର୍ବ ପରି ଶେଷ ସ୍ଥାନକୁ ଖସିଥିଲା । ଅନ୍ୟ ପକ୍ଷରେ ଚେନ୍ନାୟିନ ୧୦ ମ୍ୟାଚ ଖେଳି ୨ ବିଜୟ, ୫ ଅମୀମାଂସିତରୁ ୧୧ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ଅପରିବର୍ତ୍ତିତ ରହିଛି ।

    Maximum 500 characters

    ODISHA FC View all

    Find Us on Facebook