ମୁଖ୍ୟ ଖବର
ମାଡଗାଓଁ: ଆଇଏସଏଲ ଚଳିତ ସଂସ୍କରଣରେ ଏଟିକେ ମୋହନବାଗାନ ଚତୁର୍ଥ ବିଜୟ ହାସଲ କରିଛି । ବୁଧବାର ଫାଟ୍ରୋଡାରେ ଖେଳାଯାଇଥିବା ୩୦ ତମ ଲିଗ ମ୍ୟାଚରେ କି୍ରଷ୍ଣା ରଏଙ୍କ ପେନାଲ୍ଟି ଗୋଲ ବଲରେ ଏଟିକେ ମୋହନ ବାଗାନ ୧-୦ ଗୋଲରେ ଏଫସି ଗୋଆକୁ ପରାସ୍ତା କରିଛି । ମୋହନ ବାଗାନ ୬ଟି ମ୍ୟାଚରୁ ୪ଟି ବିଜୟ ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧୩ ପଏଣ୍ଟ ପାଇଛି । ଏଫସି ଗୋଆ ୬ଟି ମ୍ୟାଚ ଖେଳି ୨ଟି ବିଜୟ, ୨ଟି ଡ୍ର ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇଛି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଛି । ଦ୍ୱିତୀୟାର୍ଦ୍ଧ ତଥା ଖେଳର ୮୫ ମିନିଟରେ ମୋହନବାଗାନକୁ ଏକ ପେନାଲ୍ଟି ମିଳିଥିଲା । ଗୋଲପୋଷ୍ଟ ଏରିଆରେ ଏଫସି ଗୋଆ ଖେଳାଳି ଆଇବାଦ ଦୋହାଲିଙ୍ଗ ମୋହନବାଗାନ କି୍ରଷ୍ଣା ରାୟଙ୍କ ଫାଉଲ ମାରିବାରୁ ରେଫରୀ ପେନାଲ୍ଟି ଦେଇଥିଲେ । ପେନାଲ୍ଟିକୁ କି୍ରଷ୍ଣା ରଏ ଗୋଲରେ ପରିଣତ କରି ମୋହନବାଗାନକୁ ୧-୦ ରେ ଅଗ୍ରଣୀ କରାଇଥିଲେ ।
Comments ସମସ୍ତ ମତାମତ