Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଆଇଏସଏଲ: ଆଜି ବେଙ୍ଗାଲୁରୁକୁ ଭେଟିବ ଓଡ଼ିଶା

    Share on :
    ajab-Image
    Date: Dec 17, 2020    Views: 4505

    ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ସଂଘର୍ଷ କରୁଥିବା ଓଡ଼ିଶା ଏଫସି ନିଜ ଭାଗ୍ୟ ଖୋଲିବା ଲକ୍ଷ୍ୟ ନେଇ ଆଜି ବାମ୍ବୋଲିମସ୍ଥିତ ଜିଏମସି ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫସିକୁ ଭେଟିବ । ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ସ୍ଥିତି ଭଲ ନାହିଁ । ୫ ମ୍ୟାଚ ଖେଳି କେବଳ ଗୋଟିଏ ପଏଣ୍ଟ ପାଇଥିଲା ବେଳେ ମାତ୍ର ଦୁଇଟି ଗୋଲ କରିଛି । ଏହି ଦୁଇଟି ଯାକ ଗୋଲ ୧୦ ଜଣିଆ ଜାମସେଦପୁର ଏଫସି ବିପକ୍ଷରେ ଓଡ଼ିଶା କରିଥିଲା । ଗୁରୁବାର ଭୁବନେଶ୍ୱରର ଏହି ଦଳ ପୂର୍ବତନ ବିଜେତା ତଥା ଏପର୍ଯ୍ୟନ୍ତ ଚଳିତ ଋତୁରେ ଅପରାଜେୟ ଥିବା ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ବେଙ୍ଗାଲୁରୁକୁ ଭେଟିବ । ଷ୍ଟୁଆର୍ଟ ବାକ୍ସଟରଙ୍କ ଦଳର ମ୍ୟାଚ ପ୍ରତି ହାରାହାରି ଟାର୍ଗେଟ ସଟ ୨.୪ ରହିଛି । ଫଳରେ ଏହା ଇଂଲିସ ପ୍ରଶିକ୍ଷକଙ୍କୁ ଚିନ୍ତାରେ ପକାଇଛି । ଆଗାମୀ ମ୍ୟାଚରେ ଆକ୍ରମଣାତ୍ମକ ଖେଳ ଉପରେ ସେ ଜୋର ଦେଇପାରନ୍ତି । ‘ଆମର ଆକ୍ରମଣସ୍ତରକୁ ବଢ଼ାଇବାକୁ ପଡ଼ିବ । ଯଦି ଆମେ ଗତି ହାସଲ କରିବା ସହ ପ୍ରତିପକ୍ଷର ଗତିକୁ ନେଇପାରିବା । ତେବେ ଏହା ସହଯୋଗ କରିପାରେ । ମୁଁ ଭାବୁନି ଯେ ଗୋଲ ବରଣରେ ସେଣ୍ଟରବ୍ୟାକର ଭୂମିକା ରହିଛି । ଆମେ କିଛି ମ୍ୟାଚରେ ଭଲ ଗୋଲ ଅଟକାଇଛୁ । ଦଳର ସମସ୍ତ ବିଭାଗକୁ ପ୍ରଦର୍ଶନ କରିବାକୁ ପଡ଼ିବ” ବୋଲି ମ୍ୟାଚ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ବାକ୍ସଟର ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବେଙ୍ଗାଲୁରୁ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛି । ୫ଟି ମ୍ୟାଚ ଖେଳି ୨ ଟି ବିଜୟ ଓ ୩ଟି ଅମୀମାଂସିତ ରୁ ୯ ପଏଣ୍ଟ ପାଇ ଟେବୁଲର ଚତୁର୍ଥରେ ରହିଛି । 

    Maximum 500 characters

    ODISHA FC View all

    Find Us on Facebook