ମୁଖ୍ୟ ଖବର
ଭୁବନେଶ୍ୱର: ଚନ୍ଦକା ଏସଓଜି ପ୍ରଶିକ୍ଷଣ କେନ୍ଦ୍ରରୁ ଚରମ ପନ୍ଥୀ ବିରୋଧୀ ରଣନୀତି ପାଠ୍ୟକ୍ରମ (ଆଣ୍ଟି ଏକ୍ସଟି୍ରମିଷ୍ଟ ଟାକ୍ଟିକ କୋର୍ସ) ସମାପ୍ତ କରିବା ପରେ ୩ ଜଣ ଆଇପିଏସ ଅଫିସରଙ୍କୁ ନୂଆ ନିଯୁକ୍ତି ମିଳିଛି । ଅଭିଳାଷ ଜି.ଙ୍କୁ ମାଲକାନଗିିରି ଅତିରିକ୍ତ ଏସପି ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ସେଠାରେ ଖାଲିଥିବା ପିସିଆର ସେଲ ଡିଏସପି ପଦ ବିପକ୍ଷରେ ଏହି ନିଯୁକ୍ତି ମିଳିଛି । ସେହିଭଳି କୁମାରୀ ସୁଶ୍ରୀଙ୍କୁ ଖାଲିପଡ଼ିଥିବା କେସିଙ୍ଗା ଏସଡିପିଓ ପଦରେ ନିଯୁକ୍ତି ମିଳିଛି । ନୀତେଶ ୱାଧବାନୀଙ୍କୁ ତାଳଚେରରେ ଖାଲି ପଡ଼ିଥିବା ଅତିରିକ୍ତ ଏସପି ପଦରେ ନିଯୁକ୍ତି ମିଳିଛି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Comments ସମସ୍ତ ମତାମତ