Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଆଇପିଏଲ ଇତିହାସରେ ଦାମୀ ଖେଳାଳୀ, ଜାଣନ୍ତୁ କାହାର କେତେ ଦାମ ?

    Share on :
    ajab-Image
    Date: Mar 31, 2021    Views: 3465

    ମୁମ୍ବାଇ : ଅପ୍ରେଲ ୯ରୁ ଆରମ୍ଭ ହେବ ଆଇପିଏଲ  । ଏଥିପାଇଁ ଖେଳାଳୀ ନିଲାମ ପ୍ରକ୍ରିୟା ବି ଶେଷ ହୋଇଛି  । ତେବେ ଆସନ୍ତୁ ଜାଣିବା ଆଇପିଏଲ ଇତିହାସରେ କେଉଁ ଖେଳାଳୀ ଅଧିକ ଦାମରେ ନିଲାମ ହୋଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି  ।

    କ୍ରିସ ମୋରିସ : ୨୦୨୧ରେ କ୍ରିସ ମୋରିସ ସବୁ ରେକଡର଼୍ ଭାଙ୍ଗି ଦେଇଛନ୍ତି  । ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲନ୍ସ, ଚେନ୍ନାଇ ସୁପର କିଙ୍ଗସ ଓ ଆରସିବି କ୍ରିସ ମୋରିସଙ୍କୁ ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରିଥିବାବେଳେ ରାଜସ୍ଥାନ ତାଙ୍କୁ ରେକଡର଼୍ ୧୬.୨୫ କୋଟି ଟଙ୍କା ମୂଲ୍ୟରେ କିଣିଛି  ।

    ଯୁବରାଜ ସିଂହ : ୨୦୧୫ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଯୁବରାଜ ସିଂହଙ୍କୁ ୧୬ କୋଟିରେ କିଣିଥିଲା  । ତାହା ସେତେବେଳେ ଚର୍ଚ୍ଚା ସୃଷ୍ଟି କରିଥିଲା  ।

    ପ୍ୟାଟ କୁମିନସ : ଏହି ଅଷ୍ଟ୍ରେଲିୟ ବୋଲର ହେଉଛନ୍ତି ଆଇପିଏଲ ଇତିହାସର ତୃତୀୟ ଦାମୀ ଖେଳାଳୀ  । ୨୦୨୦ରେ କୋଲକାତା ନାଇଟ ରାଇଡ଼ରସ ତାଙ୍କୁ ୧୫.୫ କୋଟି ଟଙ୍କାରେ କିଣିଥିଲା  ।

    କ୍ୟାଲେ ଜାମିସନ : ଆରସିବି ୧୫ କୋଟି ଟଙ୍କା ବ୍ୟୟରେ ଏହି ନୁ୍ୟଜଲାଣ୍ଡ ଅଲରାଉଣ୍ଡରଙ୍କୁ କିଣିଥିଲା  । 

    ବେନ ଷ୍ଟୋକସ : ଇଂଲଣ୍ଡର ଏହି ଅଲ ରାଉଣ୍ଡରଙ୍କୁ ୨୦୧୭ରେ ପୁନେ ସୁପରଜାଂଟସ ୧୪.୫ କୋଟି ଟଙ୍କାରେ କିଣିଥିଲା  ।

    ଗ୍ଲେନ ମାକ୍ସୱେଲ : ଆରସିବି ଗ୍ଲେନ ମାକ୍ସୱେଲଙ୍କୁ ୧୪.୨୫ କୋଟି ଟଙ୍କାରେ କିଣିଛି  ।

    Maximum 500 characters

    Find Us on Facebook