Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଦିଲ୍ଲୀ କ୍ୟାପିଟାଲସ ଓ ରାଜସ୍ଥାନ ରୟାଲସ ଭିତରେ ଚାଲିଛି ଲଢେ଼ଇ, କିଏ ମାରିବ ବାଜି ?

    Share on :
    ajab-Image
    Date: Oct 14, 2020    Views: 2886

    ଦୁବାଇ : ଦିଲ୍ଲୀ କ୍ୟାପିଟାଲସ ଓ ରାଜସ୍ଥାନ ରୟାଲସ ଭିତରେ ଚାଲିଛି ଆଇପିଏଲ ଲଢେ଼ଇ  । ବହୁ ମ୍ୟାଚରେ ବାଜିମାତ କରି ଦିଲ୍ଲୀ କ୍ୟାପିଟାଲସ ଏବେ ପଏଂଟ ଟେବୁଲ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ରାଜସ୍ଥାନ ରୟାଲସ ୭ ନମ୍ବର ସ୍ଥାନରେ ରହିଛି  । ଏଭଳି କ୍ଷେତ୍ରରେ ରାଜସ୍ଥାନ ପାଇଁ ଏହି ମ୍ୟାଚର ବହୁ ଗୁରୁତ୍ୱ ରହିଛି  । ଯଦି ରାଜସ୍ଥାନ ଏହି ମ୍ୟାଚ ଜିତେ ତେବେ ଏହା ପଏଂଟ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇପାରିବ  । ଅପରପକ୍ଷରେ ଦିଲ୍ଲୀ କ୍ୟାପିଟାଲସ ବିଜୟୀ ହେଲେ ମୁମ୍ବାଇକୁ ପଛରେ ପକାଇ ଦିଲ୍ଲୀ ନମ୍ବର ୱାନରେ ରହିପାରିବ  ।

    ପ୍ରଥମେ ଟସ ଜିଣି ଦିଲ୍ଲୀ ଭଲ ବ୍ୟାଟିଂ କରିଛି  । ଦଳର ଟାଣୁଆ ବ୍ୟାଟସମ୍ୟାନ ଶିଖର ଧାୱନ ୫୭ ରନ କରିଥିବାବେଳେ ଶ୍ରେୟାସ ଆୟାର ୫୩ ରନ କରିଛନ୍ତି  । ଉଭୟଙ୍କ ଉପଯୋଗୀ ଅର୍ଦ୍ଧଶତକ  ବଳରେ ଦିଲ୍ଲୀ ୧୬୧ ରନ ସଂଗ୍ରହ କରିଛି  । ଅପରପକ୍ଷରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋଫ୍ରା ଆର୍କର ୧୯ ରନ ବିନିମୟରେ ୩ଟି ୱିକେଟ ନେଇଥିବାବେଳେ କାର୍ତିକ ତ୍ୟାଗି ୩୦ ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି  । ଶ୍ରେୟସ ଗୋପାଳଙ୍କୁ ମଧ୍ୟ ଗୋଟିଏ ୱିକେଟ ନେବାର ସୌଭାଗ୍ୟ ମିଳିଛି  ।

    ଦିଲ୍ଲୀ ଯେତିକି ରନ କରିଛି ତାହାକୁ ଅତିକ୍ରମ କରିବା ଅସାଧ୍ୟ ନୁହେଁ  । ଉଭୟ ଦଳର ବିଜୟ ସମ୍ଭାବନା ରହିଛି  । ଯେଉଁଥିପାଇଁ ଅନଲାଇନ ସର୍ଭେରେ ଉଭୟ ଦଳର ବିଜୟ ସମ୍ଭାବନା ଅଧା ଅଧା ରହିଛି  ।

    Maximum 500 characters

    ଖେଳ ଖବର View all

    Find Us on Facebook