Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କରୋନାର କଳାବାଦଲ, ଆଇପିଏଲ ହେବ ତ?

    Share on :
    ajab-Image
    Date: Apr 8, 2021    Views: 4457

    ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ । ସାରା ଦେଶରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଇପିଏଲର ଖେଳାଳି, କୋଚିଂ ଷ୍ଟାଫ ଓ ଗ୍ରାଉଣ୍ଡ ମ୍ୟାନମାନେ କରୋନାରେ ସଂକ୍ରମିତ ହେଉଛନ୍ତି । ତେଣୁ ଏଭଳି ସ୍ଥିତିରେ ଆଇପିଏଲ-୧୪ ଉପରେ ଏବେ କରୋନାର କଳାବାଦଲ ମାଡ଼ି ଆସୁଛି ବୋଲି କୁହାଯାଇଛି । ଯଦିଓ ଆଉ ଦିନକ ପରେ ସିଜନ ଆରମ୍ଭ ହୋଇଯିବ । ଚେନ୍ନାଇରୁ ସିଜନ ଆରମ୍ଭ ହେବ । ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଦଳ ଗୁଡ଼ିକ ଜୈବ ସୁରକ୍ଷା ବଳୟରେ ରହିଛନ୍ତି । ତଥାପି କରୋନାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନି । ଆଗକୁ ଦେଶରେ ସଂକ୍ରମଣ ଆହୁରି ବଢ଼ିବ । ଏଭଳି ଜଟିଳ ସମୟରେ କିଭଳି ଆଇପିଏଲର ପୂରା ସିଜନ ଖେଳାଯିବ ସେ ନେଇ ଏବେଠୁ ଆଶଙ୍କା ଦେଖାଦେଇଛି । ଗତ ବର୍ଷ ଦେଶରେ କରୋନା ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଇବାରୁ ୟୁଏଇରେ ଆଇପିଏଲ ଆୟୋଜନ କରାଯାଇଥିଲା ।

     

    Maximum 500 characters

    ଖେଳ ଖବର View all

    Find Us on Facebook