Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଏହି ଖେଳାଳି ଖେଳିବେନି ଆଇପିଏଲ, ଜାଣନ୍ତୁ କିଏ?

    Share on :
    ajab-Image
    Date: Apr 2, 2021    Views: 3604

    ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପେସ ବୋଲର ଜୋସ ହାଜେଲଉଡ ଆସନ୍ତା ଆଇପିଏଲ-୧୪ ରୁ ଓହରି ଯାଉଛନ୍ତି । ସେ ଆଗାମୀ ଆସେସ ଟେଷ୍ଟ ସିରିଜ ଏବଂ ଅଷ୍ଟ୍ରେଲିଆର ଅନ୍ତର୍ଜାତୀୟ କ୍ରୀଡ଼ା ସୂଚୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି । ହାଜେଲଉଡ ତୃତୀୟ ଅଷ୍ଟ୍ରେଲୀୟ କି୍ରକେଟର ଭାବେ ଆଇପିଏଲରୁ ଓହରି ଯାଇଛନ୍ତି । ପୂର୍ବରୁ ଜୋସ ଫିଲିପ ଓ ମିଚେଲ ମାର୍ଶ ମଧ୍ୟ ଓହରି ଯାଇଥିଲେ । ଚେନ୍ନାଇ ସୁପର କିଙ୍ଗସ ଦଳ ସଦସ୍ୟ ଥିବା ହାଜେଲଉଡ କହିଛନ୍ତି, ମୁଁ ଦୀର୍ଘ ୧୦ ମାସ ଧରି ଜୈବ ସୁରକ୍ଷା ବଳୟ ଏବଂ କ୍ୱାରେଣ୍ଟାଇନରେ ସମୟ କଟାଇଥିଲି । ତେଣୁ ମୁଁ ଆସନ୍ତା ୨ ମାସ ପର୍ଯ୍ୟନ୍ତ କି୍ରକେଟରୁ ବିଶ୍ରାମ ନେବା ସହ ଘରେ ସମୟ କଟାଇବାକୁ ଚାହୁଁଛି । ଆଗକୁ ଆମ ଦଳର ୱେଷ୍ଟଇଣ୍ଡିଜ ଗସ୍ତଠୁ ଆରମ୍ଭ କରି ଇଂଲଣ୍ଡ ବିପକ୍ଷରେ ଘରୋଇ ଆସେସ ସିରିଜ ରହିଛି । ସେଥିପାଇଁ ମୁଁ ଏଥର ଆଇପିଏଲରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି ।

    Maximum 500 characters

    Find Us on Facebook