Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଘରୋଇ ଭେନୁ୍ୟରେ ହୋଇପାରେ ଆଇପିଏଲ

    Share on :
    ajab-Image
    Date: Feb 20, 2021    Views: 4037

    ନୂଆଦିଲ୍ଲୀ:କରୋନା ମହାମାରୀ ଯୋଗୁଁ ଆଇପିଏଲ-୧୩ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଏବେ ସ୍ଥିତିରେ ବହୁ ସୁଧାର ଆସିଛି । ତେଣୁ ଫ୍ରାଞ୍ଚାଇଜମାନେ ଘରୋଇ ଭେନୁ୍ୟରେ ଆଇପିଏଲ-୨୦୨୧ ଆୟୋଜିତ ହେଉ ବୋଲି ଚାହୁଁଛନ୍ତି । ଯାହା ଜଣାପଡ଼ିଛି, ମୁମ୍ବାଇରେ ଆଇପିଏଲର ଲିଗ ମ୍ୟାଚ ଏବଂ ଅହମ୍ମଦାବାଦରେ ନକଆଉଟ ପର୍ଯ୍ୟାୟ ଖେଳାଯିବ । କିନ୍ତୁ ଏ ବିଷୟରେ ବିସିସିଆଇ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ । ଦିଲ୍ଲୀ କ୍ୟାପିଟାଲସର ସହ ମାଲିକ ପାର୍ଥ ଜିନ୍ଦଲ କହିଛନ୍ତି, ଇଂଲଣ୍ଡ-ଭାରତ ସିରିଜ ଖେଳାଯାଉଛି । ଆଇଏସଏଲ ଏବଂ ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ବି ଚାଲିଛି । ତେଣୁ ଏଥର ଆଇପିଏଲ ଘରୋଇ ଭେନୁ୍ୟରେ ହେଉ । ମୋର ମତ ଯେ ଗୋଟିଏ ଭେନୁ୍ୟରେ ଲିଗ ମ୍ୟାଚ ଏବଂ ଅନ୍ୟ ଭେନୁ୍ୟରେ ନକଆଉଟ ଖେଳାଯାଉ । ଯାହା ମୁଁ ଆଶା କରୁଛି ମୁମ୍ବାଇରେ ସବୁ ପ୍ରକାର ସୁବିଧା ରହିଛି । ତେଣୁ ସେଠାରେ ଲିଗ ଏବଂ ଅହମ୍ମଦାବାଦରେ ପରବର୍ତ୍ତୀ ପର୍ଯ୍ୟାୟ ଖେଳାଯାଉ ।’

    Maximum 500 characters

    ଖେଳ ଖବର View all

    Find Us on Facebook