Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମୁହଁ ମୋଡ଼ିଲା ଭିଭୋ, ବିସିସିଆଇର ବଢିଲା ଚିନ୍ତା

    Share on :
    ajab-Image
    Date: Feb 11, 2021    Views: 3752

    ମୁମ୍ବାଇ: ବିସିସିଆଇ ଆନୁକୁଲ୍ୟରେ ଆୟୋଜିତ ଇଣ୍ଡିଆନ ପି୍ରମିୟର ଲିଗ (ଆଇପିଏଲ) ର ୨୦୨୧ ସଂସ୍କରଣର ଖେଳାଳି ନିଲାମ ଆସନ୍ତା ୧୮ ରେ ଅନୁଷ୍ଠିତ ହେବ । ଖେଳାଳି ନିଲାମ ପୂର୍ବରୁ ଆଉ ଏକ ଘଟଣାକ୍ରମେ ବିସିସିଆଇର ଚିନ୍ତା ବଢ଼ାଇ ଦେଇଛି । ଆଇପିଏଲ ଟାଇଟଲ ପ୍ରାୟୋଜକ ଭାବେ ଦାୟିତ୍ୱ ସମ୍ଭାଳିବାକୁ ଚୀନ ମୋବାଇଲ କମ୍ପାନୀ ଭିଭୋ ଅନିଚ୍ଛ ପ୍ରକାଶ କରିଛି । ସୂଚନା ଥାଇକି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ କାରଣରୁ ୨୦୨୦ ଆଇପିଏଲ ଟାଇଟଲ ପ୍ରାୟୋଜକରୁ ଓହରି ଯାଇଥିଲା ଭିଭୋ । ତେବେ ବିସିସିଆଇ ସହ ଚୁକ୍ତି ଅନୁଯାୟୀ ଭିଭୋ ୨୦୨୧ ଓ ୨୦୨୨ ଆଇପିଏଲରେ ଟାଇଟଲ ପ୍ରାୟୋଜକ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଯୋଗ୍ୟ । ଭିଭୋ ୨୦୨୧ ଓ ୨୦୨୨ ରେ ଆଇପିଏଲର ଟାଇଟଲ ପ୍ରାୟୋଜକ ରହିବ ବୋଲି ବିସିସିଆଇ ଆଶା ରଖିଥିବା ବେଳେ ଟାଇଟଲ ପ୍ରାୟୋଜକ ହେବାକୁ ମନା କରି ଦେଇଛି ଭିଭୋ । ୨୦୨୦ରେ ଆଇପିଏଲ ଟାଇଟଲ ପ୍ରାୟୋଜକ ହୋଇଥିଲା ଡି୍ରମ ୧୧  । ଟାଇଟଲ ପ୍ରାୟୋଜକ ଭାବେ ଭିଭୋ ପ୍ରତିବର୍ଷ ୪୪୦ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରୁଥିବା ବେଳେ ଡି୍ରମ ୧୧ ଦେଇଥିଲା ମାତ୍ର ୨୨୦ କୋଟି ଟଙ୍କା ।

    Maximum 500 characters

    ଖେଳ ଖବର View all

    Find Us on Facebook