Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ ଫ୍ରାଞ୍ଚାଇଜ ପାଇଁ ଆସିଲା ନୁଆ ନିମୟ, ଜାଣନ୍ତୁ କ’ଣ

    Share on :
    ajab-Image
    Date: Jan 9, 2021    Views: 3345

    ନୂଆଦିଲ୍ଲୀ: ଆଗାମୀ ଆଇପିଏଲ (ଇଣ୍ଡିଆନ ପି୍ରମିୟର ଲିଗ) ପୂର୍ବରୁ ୮ଟି ଯାକ ଫ୍ରାଞ୍ଚାଇଜ ପାଇଁ ପରିଚାଳନା ପରିଷଦ ନିୟମାବଳୀ ଜାରି କରିଛି । ଆଇପିଏଲ ପରିଚାଳନା ପରିଷଦର ନିଷ୍ପତ୍ତି ମୁତାବକ ଫ୍ରାଞ୍ଚାଇଜ ଗୁଡ଼ିକ କେଉଁ ଖେଳାଳିଙ୍କୁ ନିଜ ପାଖରେ ରଖିବେ ଏବଂ କାହାକୁ ଛାଡ଼ିବେ ସେମାନଙ୍କ ନାମ ଜାନୁଆରୀ ୨୧ ତାରିଖ ସୁଦ୍ଧା ତାଖଲ କରିପାରିବେ । ପୁଣି ଫ୍ରାଞ୍ଚାଇଜ ଗୁଡ଼ିକ ମଧ୍ୟରେ ଖେଳାଳି କିଣାବିକା ତଥା ଅଦଳ ବଦଳ ପ୍ରକି୍ରୟା ଫେବୃୟାରୀ ୪ ତାରିଖରୁ ବନ୍ଦ ହୋଇଯିବ । ଏ ନେଇ ଆଇପିଏଲ ଅଧ୍ୟକ୍ଷ ବି୍ରଜେଶ ପଟେଲ ସୂଚନା ଦେଇଛନ୍ତି । ପଟେଲ ଏବଂ ପରିଚାଳନା ପରିଷଦ ସଦସ୍ୟଙ୍କ ମଧ୍ୟରେ ଏକ ଭର୍ଚୁଆଲ ବୈଠକରେ ପରବର୍ତ୍ତୀ ଆଇପିଏଲ ପାଇଁ ଯୋଜନା ଓ ପ୍ରସ୍ତୁତି ଉପରେ ଆଲୋଚନା ହୋଇ ଏହି ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଚଳିତ ବର୍ଷର ସଂସ୍କରଣ ପାଇଁ ଫେବୃୟାରୀ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଏକ ମିନି ଛୋଟକାଟିଆ ଖେଳାଳି ନିଲାମ କରାଯିବ ବୋଲି ପଟେଲ କହିଛନ୍ତି । ଆଇପିଏଲ ଦଳ ଗୁଡିକ ପାଇଁ ଖେଳାଳିଙ୍କ ବାବଦରେ ଉପଲବ୍ଧ ୮୫ କୋଟି ଟଙ୍କାରେ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook