ମୁଖ୍ୟ ଖବର
ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୩୨ତମ ମ୍ୟାଚ ଆବୁଧାବିରେ ମୁମ୍ବଇ ଇଣ୍ଡିଆନ୍ସ ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଚଳିତ ସିଜିନର ପ୍ରଥମ ମୁକାବିଲାରେ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ୪୯ରନ୍ରେ କଲକାତା ନାଇଟ୍ ରାଇଡର୍ସ ପରାଜିତ ହୋଇଥିଲା। । ରିଟର୍ଣ୍ଣ ମ୍ୟାଚରେ ପ୍ରତିପକ୍ଷ ଦଳକୁ ହରାଇ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଦିନେଶ କାର୍ତ୍ତିକଙ୍କ ନେତୃତ୍ବାଧୀନ କଲକାତା ନାଇଟ୍ ରାଇଡର୍ସ। କଲକାତା ନାଇଟ୍ ରାଇଡର୍ସ ୭ଟି ମ୍ୟାଚରୁ ୪ଟି ବିଜୟ, ୩ଟି ପରାଜୟ ସହ ୮ ପଏଣ୍ଟ ହାସଲ କରିଛି। ଦଳ ପ୍ରଥମ ରାଉଣ୍ଡ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ୪୯ରନରେ ପରାଜିତ ହୋଇଥିଲା। ବ୍ୟାଟିଂରେ ଶୁବମାନ ଗିଲ୍ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନାହାନ୍ତି। ଓପନିଂରେ ରାହୁଲ ତ୍ରିପାଠୀ ଚେନ୍ନଇ ସୁପରକିଙ୍ଗ୍ସ ବିପକ୍ଷରେ ୮୧ରନ କରିଥିବାବେଳ ଅନ୍ୟ କୌଣସି ମ୍ୟାଚରେ ସଫଳ ହୋଇପାରୁନାହାନ୍ତି। କାର୍ତ୍ତିକ, ନିତିଶ ରାଣା, ଇୟାନ ମୋର୍ଗାନ, ଆଣ୍ଡ୍ୟୁ ରସେଲ ଏପର୍ୟ୍ୟନ୍ତ ସଫଳ ହୋଇପାରିନାହାନ୍ତି। ସେହିପରି ବୋଲିଂରେ ପ୍ୟାଟ୍ କମିନ୍ସ ଓ ସୁନୀଲ ନାରାୟଣଙ୍କ ବାଦ୍ ଅନ୍ୟ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାନ୍ତି।
ସେହିପରି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବଇ ଇଣ୍ଡିଆନ୍ସ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହ ୧୦ ପଏଣ୍ଟ ହାସଲ କରିଛି। ବୋଲିଂରେ ଯଶପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ ୧୧ଟି ଲେଖାଏଁ, ଜେମ୍ସ ପାଟିନ୍ସନ ୯ଟି ୱିକେଟ ହାସଲ କରିଛନ୍ତି। ସ୍ପିନ ବିଭାଗରେ କ୍ରୁନାଲ ଓ ରାହୁଲ ଚହର ପ୍ରମୁଖ ରହିଛନ୍ତି। ପୋଲାର୍ଡ ମଧ୍ୟ ବୋଲିଂ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। ଦଳ କଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହେବା ନେଇ ଖେଳିବ।
Comments ସମସ୍ତ ମତାମତ