ମୁଖ୍ୟ ଖବର
ମୁମ୍ବାଇ: ଅଷ୍ଟ୍ରେଲିଆ ମାଟିରେ ହେବାକୁ ଥିବା ଟ୍ୱେଣ୍ଟି ୨୦ ବିଶ୍ୱ କପ ବାତିଲ ହେବା ଏବଂ ୟୁଏଇର ଆତିଥ୍ୟ ଯୋଗୁଁ ଚଳିତ ବର୍ଷର ଆଇପିଏଲ ଏକ ନୂଆ ଜୀବନ ପାଇପାରିଛି । ଆଇପିଏଲ ଆୟୋଜନ ପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି କରୁଥିବା ବେଳେ ଏହା ପ୍ରକୃତରେ ହେବ କି ନାହିଁ, ତାହା ସମୟ ହିଁ କହିବ । ତେବେ ଏକ ରିପୋର୍ଟରୁ ପ୍ରକାଶ ଯେ ଚଳିତ ବର୍ଷର ଆଇପିଏଲ ଯଦି ବାତିଲ ହୋଇଥାଆନ୍ତା, ତେବେ ବିଶ୍ୱର ସବୁଠାରୁ ଧନୀ କି୍ରକେଟ ବୋର୍ଡ ବିସିସିଆଇ କୁ ପ୍ରାୟ ୪୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥାଆନ୍ତା ।
ୟୂଏଇରେ ହେବ ଇଣ୍ଡିଆନ ପ୍ରିମିୟର ଲିଗ । କରୋନା ପାଇଁ ଆଇପିଏଲ ଘୁଂଚିଥିବାବେଳେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସ୍ପଷ୍ଟ କିଛନ୍ତି । ତେବେ ଏନେଇ ସରକାରଙ୍କ ଠାରୁ ସବୁଜ ସଂକେତକୁ ଅପେକ୍ଷା କରାଯାଇଛି । ଆସନ୍ତା ସପ୍ତାହରେ କାଉନସିଲ ବୈଠକରେ ଏନେଇ ସବିଶେଷ ଆଲୋଚନା କରାଯିବ ।
ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ୱେଂଟି-୨୦ ବିଶ୍ୱକପ ବାତିଲ ହେବା ପରେ ବିସିସିଆଇ ଆଇପିଏଲ ପାଇଁ ଯୋଜନା କରିଥିଲା । ୫୧ ଦିନ ଧରି ଏହି ଟୁର୍ଣ୍ଣାମେଂଟ ଚାଲିବ । ନଭେମ୍ବର ୮ରେ ଏହାର ଫାଇନାଲ ହେବବୋଲି ସୂଚନା ମିଳିଛି ।
ୟୂଏଇର ଆବୁଧାବି, ସାରଜାହା ଓ ଦୁବାରେ ଆଇପିଏଲ ମ୍ୟାଚ ହେବ । ଦୁବାଇରେ ମୁଖ୍ୟ ଷ୍ଟାଡ଼ିୟମ ବ୍ୟତୀତ ଆଉ ଦୁଇଟି ଗ୍ରାଉଣ୍ଡ ରହିଛି । ଆଇପିଏଲ ବାହାର ଦେଶକୁ ସ୍ଥାନାନ୍ତରିତ ହେଉଥିବାରୁ ଏହା ବ୍ୟୟବହୁଳ ହେବ । ତେବେ ଏହି ଖର୍ଚ୍ଚ ଫ୍ରାଚାଇଂଜ ଓ ବୋଡର଼୍ କିଭଳି ବହନ କରିବେ ସେନେଇ ଆଲୋଚନା କରାଯିବ । ୟୂଏଇରେ କରୋନା ସଂକ୍ରମଣ ସେଭଳି ନଥିବାବେଳେ ମ୍ୟାଚକୁ ଦର୍ଶକ ଆସିବେ କି ନାହିଁ ସେନେଇ ଆଲୋଚନା ହେବ । ୟୂଏଇ ସରକାରଙ୍କ ପରାମର୍ଶକ୍ରମେ ନିଷ୍ପତି ନିଆଯିବ । ସେପ୍ଟେମ୍ବର ୧୯ରୁ ମ୍ୟାଚ ଆରମ୍ଭ ହେବାର ଥିବାବେଳେ ଅଗଷ୍ଟ ୨୦ ସୁଦ୍ଧା ଟିମ ପହଁଚିଯିବ ବୋଲି ଜାଣିବାକୁ ମିଳିଛି ।
Comments ସମସ୍ତ ମତାମତ