ମୁଖ୍ୟ ଖବର
ମୁମ୍ବାଇ : ୟୂଏଇରେ ହେବ ଇଣ୍ଡିଆନ ପ୍ରିମିୟର ଲିଗ । କରୋନା ପାଇଁ ଆଇପିଏଲ ଘୁଂଚିଥିବାବେଳେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସ୍ପଷ୍ଟ କିଛନ୍ତି । ତେବେ ଏନେଇ ସରକାରଙ୍କ ଠାରୁ ସବୁଜ ସଂକେତକୁ ଅପେକ୍ଷା କରାଯାଇଛି । ଆସନ୍ତା ସପ୍ତାହରେ କାଉନସିଲ ବୈଠକରେ ଏନେଇ ସବିଶେଷ ଆଲୋଚନା କରାଯିବ ।
ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ୱେଂଟି-୨୦ ବିଶ୍ୱକପ ବାତିଲ ହେବା ପରେ ବିସିସିଆଇ ଆଇପିଏଲ ପାଇଁ ଯୋଜନା କରିଥିଲା । ୫୧ ଦିନ ଧରି ଏହି ଟୁର୍ଣ୍ଣାମେଂଟ ଚାଲିବ । ନଭେମ୍ବର ୮ରେ ଏହାର ଫାଇନାଲ ହେବବୋଲି ସୂଚନା ମିଳିଛି ।
ୟୂଏଇର ଆବୁଧାବି, ସାରଜାହା ଓ ଦୁବାରେ ଆଇପିଏଲ ମ୍ୟାଚ ହେବ । ଦୁବାଇରେ ମୁଖ୍ୟ ଷ୍ଟାଡ଼ିୟମ ବ୍ୟତୀତ ଆଉ ଦୁଇଟି ଗ୍ରାଉଣ୍ଡ ରହିଛି । ଆଇପିଏଲ ବାହାର ଦେଶକୁ ସ୍ଥାନାନ୍ତରିତ ହେଉଥିବାରୁ ଏହା ବ୍ୟୟବହୁଳ ହେବ । ତେବେ ଏହି ଖର୍ଚ୍ଚ ଫ୍ରାଚାଇଂଜ ଓ ବୋଡର଼୍ କିଭଳି ବହନ କରିବେ ସେନେଇ ଆଲୋଚନା କରାଯିବ । ୟୂଏଇରେ କରୋନା ସଂକ୍ରମଣ ସେଭଳି ନଥିବାବେଳେ ମ୍ୟାଚକୁ ଦର୍ଶକ ଆସିବେ କି ନାହିଁ ସେନେଇ ଆଲୋଚନା ହେବ । ୟୂଏଇ ସରକାରଙ୍କ ପରାମର୍ଶକ୍ରମେ ନିଷ୍ପତି ନିଆଯିବ । ସେପ୍ଟେମ୍ବର ୧୯ରୁ ମ୍ୟାଚ ଆରମ୍ଭ ହେବାର ଥିବାବେଳେ ଅଗଷ୍ଟ ୨୦ ସୁଦ୍ଧା ଟିମ ପହଁଚିଯିବ ବୋଲି ଜାଣିବାକୁ ମିଳିଛି ।
Comments ସମସ୍ତ ମତାମତ