Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୟୁଏଇ କିମ୍ବା ଶ୍ରୀଲଙ୍କାରେ ଆଇପିଏଲ୍!

    Share on :
    ajab-Image
    Date: Jul 3, 2020    Views: 4735

    ନୂଆଦିଲ୍ଲୀ: ଇଣ୍ଡିଆନ ପି୍ରମିୟର ଲିଗ (ଆଇପିଏଲ) ର ୧୩ ତମ ସଂସ୍କରଣ ୟୁଏଇ କିମ୍ବା ଶ୍ରୀଲଙ୍କାରେ ଖେଳାଯିବାର ସମ୍ଭାବନା ରହିଛି । ଖୁବ୍ ଶୀଘ୍ର ବିସିସିଆଇ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣେ ବିସିସିଆଇ ଅଧିକାର ପ୍ରକାଶ କରିଛନ୍ତି । ତେବେ ବିସିସିଆଇ ନିଷ୍ପତ୍ତି ଆଇସିସିର ଟି-୨୦ ବିଶ୍ୱକପ ଆୟୋଜନ ଉପରେ ନିର୍ଭର କରୁଛି । ଅକ୍ଟୋବର ନଭେମ୍ବର ଅଷ୍ଟ୍ରେଲିଆରେ ବିଶ୍ୱକପ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ କୋଭିଡ-୧୯ ପାଇଁ ଏହାର ଭାଗ୍ୟ ଝୁଲନ୍ତା ଅବସ୍ଥାରେ ରହିଛି । ଆଇସିସି ନିଷ୍ପତ୍ତି ପରେ ହିଁ ବିସିସିଆଇ କିଛି ନିଷ୍ପତ୍ତି ନେଇପାରିବ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଆଇପିଏଲ ଚଳିତ ବର୍ଷ ଭାରତ ବାହାରେ କରାଯିବା ପ୍ରାୟ ନିଶ୍ଚିତ । ବିଶ୍ୱକପ ବାତିଲ ହେଲେ ହିଁ ଏହା ଅକ୍ଟୋବରରେ କରାଯିବା ସମ୍ଭାବନା ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook