Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ ବାତିଲ ହେଲେ କେତେ କ୍ଷତି ହେବ ଜାଣନ୍ତୁ

    Share on :
    ajab-Image
    Date: May 13, 2020    Views: 4630

    ନୂଆଦିଲ୍ଲୀ: ବିସିସିଆଇ ଆନୁକୁଲ୍ୟରେ ଆୟୋଜିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଚଳିତ ସଂସ୍କରଣ ଯଦି ବାତିଲ ହୁଏ ତେବେ ପାଖାପାଖି ୫୦ କୋଟି ଡଲାର କ୍ଷତି ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ । ପ୍ରସାରଣକାରୀ ସଂସ୍ଥା ତରଫରୁ ମିଳିବାକୁ ଥିବା ଅର୍ଥ ବିଜ୍ଞାପନ ଅର୍ଥ ଆଦି ବାବଦରେ ବିପୁଳ କ୍ଷତି ହେବ ବୋଲି ଜଣାପଡ଼ିଛି ।
    ସୂଚନା ଥାଉ କି, ଆଇପିଏଲର ଚଳିତ ସଂସ୍କରଣ ଗତ ମାର୍ଚ୍ଚ ୨୯ ରୁ ଆରମ୍ଭ ହେବାର ଥିଲା । ତେବେ କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ବିସିସିଆଇ । କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାକୁ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିବାସହ ବିଭିନ୍ନ କଟକଣା ଜାରି କରିଛନ୍ତି । ଏପରି ପରିସ୍ଥିତିରେ ଆଇପିଏଲ ଆୟୋଜନ ହୋଇପାରିବ ନାହିଁ ବୋଲି କେତେକ ମହଲରେ ମତ ପ୍ରକାଶ ପାଇଛି । ଏ ସମ୍ପର୍କରେ ନିଜ ପ୍ରତିକି୍ରୟାରେ ଧୁମଲ କହିଛନ୍ତି ଆଇପିଏଲରୁ ବବିସିସିଆଇ ବେଶ ଅର୍ଥ ରୋଜଗାର କରିଥାଏ । ତେବେ ଆଇପିଏଲର ଚଳିତ ସଂସ୍କରଣ ଯଦି ବାତିଲ ହୁଏ ତେବେ ବିସିସିଆଇ ପ୍ରଭୂତ କ୍ଷତି ସହିବ । ବର୍ତ୍ତମାନ ଯେପରି ପରିସ୍ଥିତି ରହିଛି ତାହାକୁ ଦୃଷ୍ଟିରେ ରଖି ଆଇପିଏଲ କେବେ ଆୟୋଜିତ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇପାରିବ ନାହିଁ ବୋଲି ଧୁମଲ୍‍ ମତ ଦେଇଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook