Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ରାଜ୍ୟ ଖବର

ମୁଖ୍ୟ ଖବର

    ପାରାଦୀପରେ ଆଉ ୧୩,୮୦୫ କୋଟି ନିବେଶ କରିବ ଆଇଓସିଏଲ

    Share on :
    ajab-Image
    Date: Aug 2, 2020    Views: 3438

    ନୂଆଦିଲ୍ଲୀ: ପାରାଦୀପରେ ଭାରତୀୟ ତୈଳ ନିଗମ (ଆଇଓସିଏଲ) ଆଉ ୧୩ ହଜାର ୮୦୫ କୋଟି ଟଙ୍କା ନିବେଶ କରିବ । ଏହି ଅର୍ଥରେ କମ୍ପାନୀ ସମନ୍ୱିତ ପାରା-ଜାଇଲିନ (ପିଏକ୍ସ) ଏବଂ ପୁ୍ୟରିଫାଏଡ ଟେରିଫଥାଲିକ ଏସିଡ (ପିଟିଏ) କମ୍ପ୍ଲେକ୍ସ ନିର୍ମାଣ କରିବ । କମ୍ପାନୀ ପକ୍ଷରୁ ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ସବୁଜ ସଂକେତ ପ୍ରଦାନ କରାଯାଇଛି । ୨୦୨୪ମସିହା ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ ଶେଷ ହେବ । ଉକ୍ତ ପ୍ରକଳ୍ପରେ ପାରାଜାଇଲିନର ବାର୍ଷିକ ଉପôାଦନ କ୍ଷମତା ୮ ଲକ୍ଷ ଟନ ରହିବ । ଏହାକୁ ପିଟିଏ ଉପôାଦନ ପାଇଁ କଞ୍ଚାମାଲ ଭାବେ ବ୍ୟବହାର କରାଯିବ । ପିଟିଏ ପ୍ରକଳ୍ପର ବାର୍ଷିକ ଉପôାଦନ କ୍ଷମତା ୧୨ ଲକ୍ଷ ଟନ ରହିବ । ଉଭୟ ପିଟିଏ ଓ ଏମଇଜିକୁ ପଲିଷ୍ଟରର କଞ୍ଚାମାଲ ଭାବେ ବ୍ୟବହାର କରାଯିବ । ଭାରତୀୟ ତୈଳ ନିଗମର ଏମଇଜି କାରଖାନାର ନିର୍ମାଣ ଏବେ ପାରାଦୀପଠାରେ ଚାଲିଛି । ୨୦୨୧ ମସିହା ସୁଦ୍ଧା ଏହା ଉପôାଦନ କ୍ଷମ ହେବ ବୋଲି ଆଶା ରଖାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook