Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଅଭିବୃଦ୍ଧି ୧୧.୫% ଖସିବ: ମୁଡିସ

    Share on :
    ajab-Image
    Date: Sep 12, 2020    Views: 2978

    ନୂଆଦିଲ୍ଲୀ: ରେଟିଂ ଏଜେନ୍ସିଂ ଗୁଡ଼ିକ ଭାରତୀୟ ଅର୍ଥନୀତିକୁ ନେଇ ଯେଉଁ ଆକଳନ କରୁଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି  । ଭାରତୀୟ ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ ୯ ପ୍ରତିଶତରୁ ଅଧିକ ହ୍ରାସ ପାଇବ ବୋଲି ଅନ୍ୟତମ ପ୍ରମୁଖ ରେଟିଂ ଏଜେନ୍ସିଂ କି୍ରସିଲ ଆକଳନ କରିଥିଲା । ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସିଂ ମୁଡିସ ଆକଳନ କରିଛି ଯେ ଭାରତୀୟ ଅର୍ଥନୀତିରେ ୧୧.୫ ପ୍ରତିଶତ ହ୍ରାସ ଘଟିବ । ପୂର୍ବରୁ ଏହି ସଂସ୍ଥା କହୁଥିଲା ଭାରତର ଅଭିବୃଦ୍ଧି ୪ ପ୍ରତିଶତ କମିବ । ମାତ୍ର ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସରେ ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ କମିବା ପରେ ମୁଡିସ ଏହାର ଆକଳନ ବଦଳାଇ ଦେଇଛି । ଆମେରିକାର ଏହି ରେଟିଂ ଏଜେନ୍ସି ଏହା ମଧ୍ୟ ଆକଳନ କରିଛି ଯେ ଭାରତର ଋଣ ଭାର ବଢ଼ିବ ଏବଂ ବିତ୍ତୀୟ ନିଅଣ୍ଟ ବେଲଗାମ ହେବ । ଆର୍ଥିକ ସ୍ଥିତି ଖରାପ ହେବା, ଋଣ ଭାର ବଢ଼ିବା ଓ ଅଭିବୃଦ୍ଧି ହାର କମ ହେବା କାରଣରୁ ଦେଶର କ୍ରେଡିଟ ରେଟିଂ ଉପରେ ଚାପ ସୃଷ୍ଟି ହୋଇଛି । କରୋନା ମହାମାରୀ ଏହି ସ୍ଥିତିକୁ ଆହୁରି ଜଟିଳ କରି ଦେଇଛି ବୋଲି ମୁଡିସ ପକ୍ଷରୁ କୁହାଯାଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook