Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୨୦୫ ରନରେ ଇଂଲଣ୍ଡ ଅଲଆଉଟ

    Share on :
    ajab-Image
    Date: Mar 4, 2021    Views: 3476

    ଭୁବନେଶ୍ୱର : ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା  । ପ୍ରଥମ ଇନିଂସରେ ଇଂଲଣ୍ଡ ୭୫.୫ ଓଭରରେ ୨୦୫ ରନ କରି ଅଲଆଉଟ ହୋଇଯାଇଛି  । ଅପରପକ୍ଷରେ ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଓଭରରେ ଗୋଟିଏ ୱିକେଟ ହରାଇଛି  ।

    ଇଂଲଣ୍ଡ ପକ୍ଷରୁ କ୍ରଲି ୯, ସିବଲି ୨, ବେୟାରଷ୍ଟୋ ୨୮, ରୁଟ ୫, ଷ୍ଟୋକସ ୧୨୧, ଓଲି ପୋପ ୨୯, ଲରେନ୍ସ ୪୬, ଫୋକସ ୧, ବେସ ୩, ଲିଚ ୭ ଓ ଆଣ୍ଡରସନ ୧୦ ରନ କରିଥିଲେ  ।

    ଭାରତ ପକ୍ଷରୁ ମହମ୍ମଦ ସିରାଜ ୨ଟି, ଅକ୍ଷର ପଟେଲ ୪ଟି, ଅଶ୍ୱିନୀ ୩ଟି ଓ ୱାସିଂଟନ ସୁନ୍ଦର ଗୋଟିଏ ୱିକେଟ ନେବାରେ ସମର୍ଥ ହୋଇଥିଲେ  ।

    ଅପରପକ୍ଷରେ ଭାରତର ପ୍ରଥମ ପାଳିରେ ଓପନର ଗିଲ ଆଉଟ ହୋଇଥିବାବେଳେ ରୋହିତ କ୍ରିଜରେ ଅଛନ୍ତି  ।

    Maximum 500 characters

    ଖେଳ ଖବର View all

    Find Us on Facebook